ଏସସିବି ୟୁରୋଲୋଜି ବିଭାଗରେ ହେବ ରୋବଟିକ୍ ସର୍ଜରୀ
ଏସସିବି ମେଡିକାଲ ୟୁରୋଲୋଜି ବିଭାଗରେ ହେବ ରୋବୋଟିକ୍ ସର୍ଜରୀ। ଏଥ୍ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ବେଳେ ରୋବୋଟ ଅଣାଯିବା ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି ।
କଟକ: ଏସସିବି ମେଡିକାଲ ୟୁରୋଲୋଜି ବିଭାଗରେ ହେବ ରୋବୋଟିକ୍ ସର୍ଜରୀ । ଏଥ୍ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ବେଳେ ରୋବୋଟ ଅଣାଯିବା ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି ।

ବିଭାଗୀୟ ମୁଖ୍ୟ ଡ ସମୀର ସ୍ବାଇଁ କହିଛନ୍ତି ଯେ, ରୋବୋଟିକ୍ ସର୍ଜରୀ ଦ୍ବାରା ରୋଗୀ ସେବା ଆହୁରି ସହଜ ସାଧ୍ଯ ହେବ । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ଗୁଡ଼ିକ ଭିତରେ ଏସ୍ସିବି ମେଡ଼ିକାଲରେ ଏଭଳି ଉତ୍ନତ ସ୍ବାସ୍ଥ୍ୟସେବା ପ୍ରଥମଥର ନିମନ୍ତେ ଯୋଗାଇ ଦିଆଯିବ ବୋଲି ସେ ଜଣାଇଛନ୍ତି ।
କିଡ଼ନୀ ପ୍ରତିରୋପଣ କ୍ଷେତ୍ରରେ ଏସ୍ସିବି ମେଡ଼ିକାଲର ୟୁରୋଲୋଜି ବିଭାଗ ସଫଳପୂର୍ଣ୍ଣ ଭାବେ କାର୍ଯ୍ୟ କରୁଛି । ୪ଟି କାଡ଼ାଭେରିକ ଟ୍ରାନ୍ସପ୍ଲାଣ୍ଟ ସମେତ ମୋଟ ୧୮୨ଟି କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ଏଠାରେ ହୋଇ ସାରିଲାଣି । ଏହାଛଡ଼ା ମୂତ୍ରାଶୟଜନିତ ଅନେକ ରୋଗର ସଫଳ ଅସ୍ତ୍ରପୋପଚାର ଏଠାରେ କରାଯାଉଛି । ରୋବୋଟିକ ସଜରୀ ରାଜ୍ଯର କୌଣସି ସରକାରୀ ହସ୍ପିଟାଲରେ କରାଯାଉ ନାହିଁ । ଏସ୍ସିବି ଯୁରୋଲୋଜି ବିଭାଗରେ ଏଭଳି ଅତ୍ୟାଧୁନିକ ଚିକିତ୍ସା ସେବା ଆରମ୍ଭ କରିବାକୁ ପ୍ରଚେଷ୍ଟା କରାଯାଉଛି। ପ୍ରୋଷ୍ଟେଟ୍ ଅସ୍ଫ୍ରୋପଚାର, ପ୍ରୋଷ୍ଟେଟ କ୍ୟାନ୍ସର ଅସ୍ତ୍ରୋପାର ଏବଂ ଜଟିଳ କିଡ଼ନୀ କ୍ୟାନ୍ସର ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ରୋବୋଟିକ ସର୍ଜରୀ ଦ୍ବାରା ସହଜରେ କରାଯାଇ ପାରିବ। ରୋବୋଟିକ ସର୍ଜରୀ ଦ୍ବାରା ଅସ୍ତ୍ରୋପଚାର ଜନିତ ଜଟିଳତା ମଧ୍ଯ ହ୍ରାସ ପାଇବ ବୋଲି ବିଭାଗୀୟ ମୁଖ୍ୟ ଡ ସ୍ବାଇଁ କହିଛନ୍ତି ।
ଅନ୍ୟପକ୍ଷରେ ୟୁରୋଲୋଜି ବିଭାଗରେ ଲେଜର ଟ୍ରିଟମେଣ୍ଟ ଆରମ୍ଭ କରିବା ନିମନ୍ତେ ମଧ୍ଯ ଯୋଜନା ଚାଲିଛି। ଲେଜର ଟ୍ରିଟମେଣ୍ଟ ଦ୍ବାରା କିଡ଼ନୀ ଜନିତ ଏକାଧ୍କ ରୋଗ ଯେପରି ପ୍ରୋଷ୍ଟେଟ୍, ଟ୍ୟୁମର, ଷ୍ଟୋନର ଆଦିର ଚିକିସ୍ତା କରାଯିବ । ଏତଦବ୍ୟତୀତ 4K ଲାପ୍ରୋସ୍କୋପି ସିଷ୍ଟମ ମଧ୍ଯ ଅଣାଯିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଏସ୍ସିବି ମେଡ଼ିକାଲ ୟୁରୋଲୋଜି ବିଭାଗରେ ଏବେ ୪୦ଟି ଶଯ୍ୟା ରହିଛି । ସଫଳ ଚିକିତ୍ସା ନିମନ୍ତେ ରାଜ୍ୟର ବିଭିନ୍ନ ପ୍ରନ୍ତରୁ ମୂତ୍ରାଶୟ ରୋଗୀ ଏଠାକୁ ଆସୁଛନ୍ତି ।












Click it and Unblock the Notifications