୨୦୨୭ ସୁଦ୍ଧା ସବୁ ଗାଁକୁ ହେବ ରାସ୍ତା, ୩ ମାସରେ...

ଦେଢ ଶହ ଜନସଂଖ୍ୟା ଥିବା ଗାଁକୁ ହେବ ରାସ୍ତା। ୨୦୨୭ ସୁଦ୍ଧା ୭୫ ହଜାରରୁ ଉର୍ଦ୍ଧ୍ଵ ଗ୍ରାମ୍ୟ ରାସ୍ତା ନିର୍ମାଣ କରିବାକୁ ସରକାରଙ୍କ ଲକ୍ଷ୍ୟ। ଆସନ୍ତା ୩ ମାସରେ ଶତ ପ୍ରତିଶତ ବଜେଟ୍ ଖର୍ଚ୍ଚ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ। ବଜେଟ୍ ଖର୍ଚ୍ଚ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ ନିର୍ଦ୍ଦେଶ ଦେଇଛନ୍ତି। ଏବେ ୩୦ ହଜାରରୁ ଅଧିକ ରାସ୍ତା ନିର୍ମାଣ ହୋଇଥିବା ବେଳେ ସମୟ ସୀମା ଭିତରେ ଟାର୍ଗେଟ୍ ସରିବ ବୋଲି ମନ୍ତ୍ରୀ କହିଛନ୍ତି।

Road

ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ଗତ ସରକାରରେ ୯୨ଟି ବ୍ରିଜ୍ କୁ ଆପ୍ରୋଚ୍ ରୋଡ୍ ନଥିଲା। ବିଜେପି ସରକାର ଆସିବା ପରେ ୫୦ଟି ବ୍ରିଜ୍ ପାଇଁ ଜମି ଅଧିଗ୍ରହଣ ସରିଲାଣି। ଏବେ ସୁଦ୍ଧା ୫୩ ପ୍ରତିଶତ ବଜେଟ୍ ଖର୍ଚ୍ଚ ସରିଥିବା ବେଳେ ୩ ମାସରେ ଶତ ପ୍ରତିଶତ ଖର୍ଚ୍ଚ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

'ପଞ୍ଚାୟତ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ'
ସେହିପରି ପଞ୍ଚାୟତ ନିର୍ବାଚନକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେବ। ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ଜନଗଣନା ଶେଷ ପରେ ଚୂଡ଼ାନ୍ତ ତଥ୍ୟ ପ୍ରଦାନ କରାଯିବ। ପଞ୍ଚାୟତ ପୁନଃଗଠନ ଆବଶ୍ୟକ ଅଛି, ଏବେ ସ୍ଥଗିତ ରହିଛି। ଜନଗଣନା ସରିବା ପରେ ପୁନଃଗଠନ ପ୍ରକ୍ରିୟା ଆରମ୍ଭ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+