ରାସ୍ତା କଡରୁ ହଟିବେ ଉଠା ଦୋକାନୀ
Odisha News: ରାସ୍ତା କଡରୁ ସ୍ଥାୟୀ ଭାବେ ହଟିବେ ଉଠା ଦୋକାନୀ । ଏଣିକି ଉଠା ଦୋକାନ ଉଠାଯାଇ ଦୋକାନୀଙ୍କୁ ଦିଆଯିବ ସ୍ଥାୟୀ ଭେଣ୍ତିଂ ଜୋନ । ତେବେ ରେଜିଷ୍ଟର କରିଥିବା ଲୋକଙ୍କୁ ହିଁ ମିଳି ଦୋକାନ । ସେହିପରି ଦୋକାନ ଆଖ ପାଖ ସ୍ଥାନ ସଫା ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।
ଆଗକୁ ଭବନେଶ୍ୱରରେ ଆୟୋଜନ ହେବା ପାଇଁ ଯାଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଯେଉଁଥି ପାଇଁ ରାଜଧାନୀର ସୌନ୍ଦର୍ଯ୍ୟି ରଣ ପାଇଁ ବ୍ୟାପକ ଆୟୋଜନ କରାଯାଉଛି । ସେହିପରି ବିଭିନ୍ନ ସ୍ଥାନରେ ସଫା କରିବା ପାଇଁ ବିଏମସିର ଅଭିଯାନ ଆରମ୍ଭ ହୋଇଛି । ସେହିପରି ଦୋକାନ ଆଖପାଖ ସ୍ଥାନକୁ ସଫା ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଏହି ସଫେଇ କାର୍ଯ୍ୟକ୍ରମ ସମୟରେ ରାସ୍ତା କଡ଼ରେ ମନ ଇଚ୍ଛା ଦୋକାନ କରିଥିବା ଦେଖି ବର୍ଷିଲେ ମେୟର । ତେବେ ତୁରନ୍ତ ରାସ୍ତ କଡରେ ଥିବା ଉଠା ଦୋକାନିଙ୍କୁ ତୁରନ୍ତ ସ୍ଥାନ ଛାଡି ବା ପାଇଁ ଏବଂ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications