ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ସଂପର୍କିତ ସମୀକ୍ଷା ବୈଠକ

ସଡ଼କ ଦୁର୍ଘଟଣା ଘଟିଲେ ଦୁର୍ଘଟଣା ସ୍ଥଳରେ ଦୁର୍ଘଟଣାଗ୍ରସ୍ତଙ୍କ ନିକଟରେ ତୁରନ୍ତ ପହଁଚି ସହାୟତା ପ୍ରଦାନର ଆବଶ୍ୟକତା ରହିଛି । ଏଥିପାଇଁ ଆମ୍ବୁଲାନ୍ସ, ପୁଲିସ୍ ଟିମ୍, ଅଗ୍ନିଶମ ବ୍ୟବସ୍ଥା, ସ୍ୱେଚ୍ଛାସେବୀ ତଥା ସଂପୃକ୍ତ ସମସ୍ତେ ଯେପରି କ୍ରିୟାଶୀଳ ହୋଇ କମ୍ ସମୟ ମଧ୍ୟରେ ସେଠାରେ ସହାୟତା ପାଇଁ ପହଁଚିବେ, ସେପ୍ରତି ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଗୁରୁତ୍ବାରୋପ କରିଛନ୍ତି । ଫଳରେ ଦୁର୍ଘଟଣାରେ ମୂଲ୍ୟବାନ ଜୀବନକୁ ରକ୍ଷା କରାଯାଇପାରିବ ।

ଅନ୍ୟପକ୍ଷରେ ଦୁର୍ଘଟଣାକୁ କମାଇବା ପାଇଁ ଦୃଢ ପଦକ୍ଷେପ, ଆନୁଷ୍ଠାନିକ ପରିଚାଳନା ବ୍ୟବସ୍ଥାରେ ଅଧିକ ଉନ୍ନତି ଅଣାଯିବା ନିମନ୍ତେ ପ୍ରସ୍ତାବ ଦେବା ଓ କାର୍ଯ୍ୟକାରିତା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ପରାମର୍ଶ ଦେଇଛନ୍ତି । ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଆହୃତ ସଡ଼କ ସୁରକ୍ଷା ସଂପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକରେ ଅଧ୍ଯକ୍ଷତା କରି ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ୱାଇ.ବି.ଖୁରାନିଆ, କ୍ରୁଟ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅରୁଣ ବୋଥା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ବଥ୍ ଏସ୍, ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ପୂର୍ତ ବିଭାଗ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବଂ ଅନ୍ୟ ସଂପୃକ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ

ବୈଠକ ସଂପର୍କରେ ସୂଚନା ଦେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢ଼ୀ କହିଥିଲେ ଯେ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟଙ୍କ ଦ୍ବାରା ସଡ଼କ ସୁରକ୍ଷା ନିମନ୍ତେ ୨୦୧୪ ମସିହାରୁ ଏକ କମିଟି ଗଠନ କରାଯାଇ ବିଭିନ୍ନ ରାଜ୍ୟରେ ସଡ଼କ ସୁରକ୍ଷା ସଂପର୍କିତ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ ତଦାରଖ କରାଯାଉଛି । ମୁଖ୍ୟତଃ ଏ ସଂପର୍କିତ ଶିକ୍ଷା, ସଡକ ନିର୍ମାଣରେ ଯାନ୍ତ୍ରିକୀ ଜ୍ଞାନକୌଶଳ, ଆଇନ୍ ଖୋଲାପକାରୀଙ୍କ ବିରୁଦ୍ଧରେ ଚଢଉ ଏବଂ ଦୁର୍ଘଟଣା ସମୟରେ ଜରୁରୀକାଳୀନ ସହାୟତା ଉପରେ ଗୁରୁତ୍ବ ଦେଇଛନ୍ତି ।

ଆମ ରାଜ୍ୟରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ କମିଟିର ନିର୍ଦ୍ଦେଶନାମା ଅନୁପାଳନ କରାଯାଇ ସଡକ ସୁରକ୍ଷା ସମ୍ପର୍କିତ ନିଆଯାଉଥିବା ସମସ୍ତ ପଦକ୍ଷେପ ସଂପର୍କରେ ଶ୍ରୀମତୀ ପାଢୀ ଅବଗତ କରିଥିଲେ । ରାଜ୍ୟ ପରିବହନ କମିଶନର ୨୦୨୨ ମସିହାରେ ଓଡ଼ିଶାରେ ସଡ଼କ ସୁରକ୍ଷା ସଂପର୍କିତ ଉଚ୍ଚ ପ୍ରଦର୍ଶ କାର୍ଯ୍ୟାନୁଷ୍ଠାନ ସଂପର୍କିତ ପ୍ରଦର୍ଶନ ଉପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ସଡକ ସୁର ରହିଥ‌ବା ସଂପର୍କରେ ପ୍ରକାଶ କରିଥିଲେ

ବୈଠକରେ ବିଗତ ୫ ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣା ସଂପର୍କିତ ଏତ ତୁଳନାତ୍ମକ ଦୃଷ୍ଟିପାତ କରାଯାଇଥିଲା । ରାଜ୍ୟରେ ବର୍ଷକୁ ପ୍ରାୟ ୫ ହଜାର ଓ ଦିନକୁ ପ୍ରାୟ ୧୬ ଜଣଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣହାନୀ ଘଟୁଛି । ଦୁର୍ଘଟଣାରେ ଜାତୀୟ ମୃତ୍ୟୁ ସଂଖ୍ୟା ହାର ୩୭ ପ୍ରତିଶତ ବାବେଳେ ଓଡ଼ିଶାରେ ଏହା ୪୭ ପ୍ରତିଶତ ରହିଛି । ୨୦୨୩ ମସିହାରେ ଗ୍ରାମାଞ୍ଚଳରେ ଅକ ଦୁର୍ଘଟଣା (୬୩.୧%) ଘଟିଥିବାବେଳେ ମୃତ୍ୟୁ ସଂଖ୍ୟା ୬୭.୭% ରହିଥିଲା ।

ସେହିପରି ସହରାଞ୍ଚଳରେ ଦୁର୍ଘଟଣା ସଂଖ୍ୟା ୩୬.୯% ଥିବାବେଳେ ମୃତ୍ୟୁ ସଂଖ୍ୟା ୩୨.୩% ରହିଥିଲା । ଚଳିତ ବର୍ଷ ୨୦୨୪ ଜାନୁଆରୀରୁ ମଇ ମାସ ସୁଦ୍ଧା ୫୩୬୦ ଦୁର୍ଘଟଣା ଘଟି ୨୬୫୭ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧ‌ିକ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାୟ ୬୩ ପ୍ରତିଶତ ମୃତ୍ୟୁ ହେଲମେଟ୍ ପିନ୍ଧି ନଥୁବା ଯୋଗୁଁ ଘଟିଛି । ଅନ୍ୟ ବିଭିନ୍ନ ଦୁର୍ଘଟଣାର କାରଣ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।

Road Safety Review meeting

ଅସାବଧାନତା ଏବଂ ବେପରବାୟ ଭାବେ ଗାଡିଚାଳନା, ଗାଡିଚାଳକ(ଡ୍ରାଇଭର)ଙ୍କ ବଦଳ ଳରେ ଲାଇସେନ୍ସ ନଥିବା ହେଲପରଙ୍କ ଦ୍ବାରା ଗାଡି ଚାଳନା, ନିଶାସକ୍ତ ହୋଇ ଗାଡିଚାଳନାରୁ ଦୁର୍ଘଟଣା ଘଟୁଛି । ବେଆଇନ ନ ଭାବେ ରାସ୍ତା କଡରେ ଗାଡି ପାକିଂ ଯୋଗୁ ଯାନବାହନ ଚାଳନାରେ ବ୍ୟାଘାତ ଘଟି ଦୁର୍ଘଟଣା ହେଉଛି । ବିଭିନ୍ନ ନିର୍ମାଣ ଜୋନରେ ବର୍ଜ୍ୟବସ୍ତୁ ରାସ୍ତାକଡରେ ଅବ୍ୟବସ୍ଥିତ ଭାବେ ପଡିରହିବା କାରଣରୁ ଏବଂ ନିର୍ମାଣ ସ୍ଥଳରେ ସୂଚନା ସଂକେତ (ମେନ୍ ଆର୍ଟ ୱାର୍କ) ନଲାଗିବା ଫଳରେ ଦୁର୍ଘଟଣା ଘଟୁଛି ।

ଅନ୍ୟ ପକ୍ଷରେ ପ୍ରତି ଛକ ଛକ ଜାଗା ଜଙ୍କସନ ସ୍ଥାନରେ ସତର୍କ ସୂଚନା ଲଗାଯିବାକୁ ନିଶ୍ଚିତ କରାଯିବା, ହାଇମାଷ୍ଟ ଆଲୋକ ବ୍ୟବସ୍ଥା କରାଯିବା, ସଡ଼କ କର୍ତ୍ତୃପକ୍ଷ ରାସ୍ତା ଉନ୍ନତି କରଣରେ ଇଜିନିଅରିଂ ଜ୍ଞାନ କୌଶଳ ପ୍ରୟୋଗରେ ଉନ୍ନତି, ଇଣ୍ଟେଲିଜେନ୍ସ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଟିଏସ୍ଏସ), ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଇଏମଏସ୍) ବ୍ୟବସ୍ଥା ଜରିଆରେ ବୈଷୟିକ ଜ୍ଞାନ କୌଶଳକୁ ସମନ୍ବିତ କରିବା, ପୋଲିସ ସହାୟତାରେ ଚଢ଼ାଉକୁ କଡାକଡି କରାଯିବା, ପ୍ରତି ପୁଲିସ୍ ଷ୍ଟେସନରେ ସଡକ ସୁରକ୍ଷା ଅକାରୀ ପଦନାମିତ କରାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା I

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+