ଖୁବ୍‌ଶୀଘ୍ର ଆସିବ 'ରାସ୍ତା ମରାମତି ନୀତି' :ପୂର୍ତ୍ତ ମନ୍ତ୍ରୀ

ଓଡ଼ିଶାର ପ୍ରଗତିକୁ ଦ୍ରୁତତର କରିବା ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧI ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନେଇ ସରକାର ଲକ୍ଷ୍ୟ ରଖିଥିବା ବେଳେ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପଡ଼ିବI ଏଥିପାଇଁ ଜାତୀୟ ରାଜପଥ ଠାରୁ ଆରମ୍ଭ କରି ବିଭାଗ ଅଧୀନରେ ଥିବା ବିଭିନ୍ନ ରାସ୍ତା, ସେତୁ ଓ କୋଠାବାଡ଼ି ଗୁଡ଼ିକ ଗୁଣବତ୍ତା ଓ ସମୟ ଅବଧି ମଧ୍ୟରେ କାର୍ଯ୍ୟ ପରିସମାପ୍ତିକୁ ଗୁରୁତ୍ୱ ଦେବାକୁ ପଡ଼ିବI

ଏଥିପାଇଁ ବିଭାଗରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ସମୟ ସହିତ ତାଳ ଦେଇ ଅପଡେଟ ହେବ ସହ ଅଧିନିକ ଜ୍ଞାନକୌଶଳ ତଥା କୃତ୍ରିମ ବୁଦ୍ଧିମତାକୁ ଆପଣାଇବାକୁ ପଡିବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତିI ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ କନଭେନସନ ହଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୫୦ କୋଟିରୁ ଊର୍ଦ୍ଧ୍ବ ପ୍ରକଳ୍ପର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ କହିଲେ ବିଭିନ୍ନ ରାସ୍ତା ଘାଟ ତଥା କୋଠାବାଡ଼ିର ନିର୍ମାଣ ସହିତ ଏହାର ମରାମତିକୁ ଗୁରୁତ୍ୱ ଦେବାକୁ ପଡ଼ିବI

harichanadan

ଏଥିପାଇଁ ବିଭାଗର ଇଞ୍ଜିନିୟରମାନଙ୍କୁ ସେମାନଙ୍କ କାର୍ଯ୍ୟ ଶୈଳୀରେ ଉନ୍ନତି ଆଣିବାକୁ ପଡ଼ିବI ବର୍ତ୍ତମାନ ଆମେ ସର୍ବଭାରତୀୟ ସ୍ତରରେ ଭଲସ୍ଥାନରେ ଥିବା ବେଳେ ଆମକୁ ଆହୁରି ଅଧିକ ଉପରକୁ ଯାଇ ଏକ ନମ୍ବର ସ୍ଥାନ ହାସଲ କରିବାକୁ ପଡ଼ିବI ଏଥିଲାଗି ନିୟମିତ ଅନ୍ତରରେ ଭିତ୍ତିଭୂମି ଯାଞ୍ଚ ସହିତ ଏହାର ମରାମତିକୁ ଗୁରୁତ୍ୱ ଦେବାକୁ ପଡ଼ିବI ଏଥିସହିତ ଜମିଅଧିଗ୍ରହଣ, ଜଙ୍ଗଲ ଜମି ସମସ୍ୟା ଦୂରୀକରଣ ସହ ନିର୍ମାଣ କାର୍ଯ୍ୟକୁ ସମୟ ଅବଧି ମଧ୍ୟରେ ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀ ଓ ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥାକୁ ପରାମର୍ଶ ଦେଇଥିଲେI ଏହି ଅବସରରେ ମନ୍ତ୍ରୀ "ସେତୁ ମରାମତି ନୀତି" କୁ ଉନ୍ମୋଚିତ କରିଥିବା ବେଳେ ଖୁବ ଶୀଘ୍ର "ରାସ୍ତା ମରାମତି ନୀତି" ଆସିବାକୁ ଯାଉଛି ବୋଲି କହିଥିଲେI

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+