ଆଜିଠୁ ରୋଡ୍‌ କଂଗ୍ରେସର ମହାକୁମ୍ଭ; ଯୋଗଦେବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ

ଭୁବନେଶ୍ବରରେ ଆଜିଠୁ ଆରମ୍ଭ ହେବ ରୋଡ୍‌ କଂଗ୍ରେସର ମହାକୁମ୍ଭ । ଦୀର୍ଘବର୍ଷ ପରେ ଓଡ଼ିଶା ୮୪ତମ ଜାତୀୟ ରୋଡ କଂଗ୍ରେସର ଆୟୋଜକ ସାଜିଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରର ଅଧିକାରୀ, ବିଶେଷଜ୍ଞ, ଇଞ୍ଜିନିୟର ଗୋଟିଏ ମଞ୍ଚରେ ବସି ସଡ଼କ ଭିତ୍ତିଭୂମି ନେଇ ମାନସମନ୍ଥନ କରିବେ । ସାଢେ ୩ ହଜାରରୁ ଅଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।

Nitin Gadkari to join Road Congress mega rally from today

ନଭେମ୍ବର ୧୦ ତାରିଖ ଯାଏଁ ସଡ଼କ ପରିବହନ ସଂକ୍ରାନ୍ତରେ ପର୍ଯ୍ୟାୟକ୍ରମେ ଆଲୋଚନା ହେବ । ୫ ଦିନ ଧରି ରୋଡ କଂଗ୍ରେସ ମହାକୁମ୍ଭରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଆଜି ବୈଷୟିକ ପ୍ରଦର୍ଶନୀ ହୋଇଛି । ଆସନ୍ତାକାଲି ଅର୍ଥାତ୍ ୭ ତାରିଖରେ ରୋଡ୍‌ କଂଗ୍ରେସର ପରିଷଦ ବୈଠକ, ୮ରେ ରାଜପଥ ଗବେଷଣା ବୋର୍ଡ ବୈଠକ, ୯ରେ ବ୍ୟାବସାୟିକ ବୈଠକ, ୧୦ ତାରିଖରେ ଉଦ୍‌ଯାପନୀ ଉତ୍ସବ । ପ୍ରତିନିଧିଙ୍କ ସହ ସ୍ବତନ୍ତ୍ର ଅଧିବେଶନ ଜରିଆରେ ରୋଡ କଂଗ୍ରେସର ଭବିଷ୍ୟତକୁ ନେଇ ନକ୍ସା ଅଙ୍କାଯିବ । ସଡ଼କ ପରିବହନରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଉପରେ ତର୍ଜମା କରିବେ ମନ୍ତ୍ରୀ ଓ ଅଧିକାରୀ । ରାସ୍ତା ସଂପର୍କିତ ସମସ୍ୟା ଓ ଏହାର ସମାଧାନ ଦିଗରେ ନୀତି ଓ ନକ୍ସା ପ୍ରସ୍ତୁତ ହେବ ।

ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ୭୫ ହଜାର କିମି ରାସ୍ତା ନିର୍ମାଣ ହେବ । ସମଗ୍ର ଭାରତରେ ସଡ଼କ ଭିତ୍ତିଭୂମିର ବିକାଶ ତଥା ଏନେଇ ନୀତି ନିର୍ଦ୍ଧାରଣ ନିମନ୍ତେ ଆଇଆର୍‌ସି ଭଳି ଜାତୀୟ ସମ୍ମିଳନୀ ଆୟୋଜିତ ହେଉଛି । ଏହି ସମ୍ମିଳନୀ ଇଞ୍ଜିନିୟର, ନୀତି ନିର୍ଦ୍ଧାରକ, ଗବେଷକ, ଶିଳ୍ପ ବୃତ୍ତିଗତ ଏବଂ ଶିକ୍ଷାବିତଙ୍କ ପାଇଁ ଏକ ଅନନ୍ୟ ପ୍ଲାଟଫର୍ମ । ସମ୍ମିଳନୀରେ ହେବାକୁ ଥିବା ଅଧିବେଶନଗୁଡ଼ିକର ବିଷୟବସ୍ତୁ ରହିଛି 'ରାଜରାସ୍ତା ପ୍ରଯୁକ୍ତି ବିଦ୍ୟା ଏବଂ ନୀତିରେ ପ୍ରମୁଖ ଉନ୍ନତି' । ଆଇଆର୍‌ସି ଦେଶର ସଡକ ଇଞ୍ଜିନିୟର ଏବଂ ଯୋଜନାକାରୀଙ୍କ ପାଇଁ ଏକ ବୃତ୍ତିଗତ ସଂଗଠନ ଭାବେ କାର୍ଯ୍ୟ କରୁଛି । କେନ୍ଦ୍ର ଓ ରାଜ୍ୟ ସ୍ତରରେ ବିଭିନ୍ନ ସରକାରୀ ବିଭାଗ ଏଥିରେ ସଂଶ୍ଳିଷ୍ଟ । ଏନ୍‌ଏଚ୍‌ଏଆଇ, ଏମ୍‌ୟୁଡି, ବ୍ରୋ, ଏମ୍‌ଇଏସ୍‌, ଏନ୍‌ଆର୍‌ଆଇଡିଏ, ଏନ୍‌ଏଚ୍‌ଆଇଡିଏସ୍‌ଏଲ୍‌, ଏମ୍ ଓ ଆର୍‌ଡି ବ୍ୟତୀତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପବ୍ଲିକ ୱାର୍କସ ବିଭାଗ, ପବ୍ଲିକ ସେକ୍ଟର ଅଣ୍ଡରଟେକିଂ, ଆଇଆଇଟି, ଇଞ୍ଜିନିୟରିଂ କଲେଜ, ଗବେଷଣା ସଂଗଠନ, ଠିକାଦାର ସଂସ୍ଥା, ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସମଗ୍ର ଦେଶରେ ସଡ଼କ, ସେତୁ ଏବଂ ସୁଡଙ୍ଗ ନିର୍ମାଣର ଯୋଜନା, ଡିଜାଇନ୍‌, ପରିଚାଳନା ଓ ରକ୍ଷଣାବେକ୍ଷଣରେ ନୂତନ କୌଶଳକୁ ପ୍ରେତ୍ସାହିତ କରିବା ଏହି ସଂଗଠନର ଲକ୍ଷ୍ୟ ।"

ଭାରତର ସଡ଼କ ଭିତ୍ତିଭୂମିକୁ ମଜଭୁତ ଓ ଉନ୍ନତ କରିବାକୁ ଯନ୍ତ୍ରୀ ଓ ବିଶେଷଜ୍ଞଙ୍କ ମଧ୍ୟରେ ମାନସମନ୍ଥନ ହେବ । ୩ ଦିନରେ ମୋଟ ୧୯ଟି ଅଧିବେଶନ ଅନୁଷ୍ଠିତ ହେବ । ୩୫୦୦ରୁ ଊର୍ଦ୍ଧ୍ୱ ପ୍ରତିଭାଗୀ ଅଂଶଗ୍ରହଣ କରିବେ । ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ସଡ଼କ ଭିତ୍ତିଭୂମି, ଉନ୍ନତୀକରଣ ଓ ନୂଆ ଜ୍ଞାନକୌଶଳ ସଂପର୍କରେ ଜ୍ଞାନର ଆଦାନପ୍ରଦାନ ହେବ । ସମଗ୍ର ଭାରତ ବର୍ଷରୁ ଆସିବେ ବିଶେଷଜ୍ଞ, ବୈଜ୍ଞାନିକ, ସଡ଼କ ଯନ୍ତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ସେମାନଙ୍କ ଜ୍ଞାନ ଓ ନୂତନ କୌଶଳ ଆଲୋଚନାକୁ ସମୃଦ୍ଧ କରିବ । ବୈଷୟିକ ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ । ସଡ଼କ ନିର୍ମାଣ ସମ୍ବନ୍ଧରେ ପ୍ରୟୋଗ ହେଉଥିବା ଏବଂ ହୋଇଥିବା ବିଭିନ୍ନ ଜ୍ଞାନ କୌଶଳକୁ ଅବଲୋକନ କରିବେ ପ୍ରତିଭାଗୀବୃନ୍ଦ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+