ଲଗାଣ ବର୍ଷାରେ ଧସିଲା ପାହାଡ଼ : ୩ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ
ପାରଳାଖେମୁଣ୍ଡି : ଲଗାଣ ବର୍ଷାରେ ଧସିଲା ପାହାଡ଼ । ରାସ୍ତା ବନ୍ଦ । ଗୁମ୍ମା ବ୍ଲକ କୁଜାସିଂରୁ ଅଜୟଗଡ଼ ରାସ୍ତା ବନ୍ଦ ହୋଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । କୁଜାସିଂ ପଞ୍ଚାୟତର ପଥର ହୋଇଯାଇଛି । ଫଳରେ ବହୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
କୁଜାସିଂ-ଅଢ଼େଇ ଗାଁକୁ ଲମ୍ବିଥିବା ଘାଟି ରାସ୍ତାରେ ପାହାଡ ଧସି ଯାଇଥିଲା । ପାହାଡରୁ ବଡ଼ ବଡ଼ ପଥର ଓ ମାଟି ତଳକୁ ଖସି ଆସି ପିଚୁ ରାସ୍ତାରେ ପଡ଼ିଥିବାର ଦେଖିବାକୁ ମିଳିଛି । କୁଜାସିଂଠାରୁ ଅଜୟଗଡ ରାସ୍ତା ଅବରୋଧ ହୋଇଯାଇଛି । ଏହାଦ୍ୱାରା କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।
ଲଗାଣ ବର୍ଷା ଫଳରେ ଏହା ହୋଇଥିବା ଜଣା ପଡ଼ିଛି । ଗଜପତି ଜିଲାର ଗୁମ୍ମା ବ୍ଲକରେ ଆଜି ସକାଳେ ପାହାଡ ଧସିଯାଇ ଥିବା ଜଣା ପଡିଛି ।

ଗତ ୩ ଦିନ ଧରି ଗୁମ୍ମା ବ୍ଳକରେ ବର୍ଷା ଲାଗି ରହିଥିବାରୁ ପାହାଡରୁ ପଥର ଖସୁଛି । ଖବର ଲେଖିବା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ପଥର ହଟାଇବାକୁ କୌଣସି ବ୍ୟବସ୍ଥା କରାଯାଇନାହିଁ ।
ଗୁମା ବ୍ଲକ ବିଡିଓ କହିଛନ୍ତି, ବିଭାଗୀୟ ଅଧିକାରୀଙ୍କୁ ଏ ନେଇ ସୂଚନା ଦିଆଯାଇଛି । ତେବେ ତୁରନ୍ତ ରାସ୍ତାରୁ ପଥର ହଟାଇ ରାସ୍ତା ସଫା କରିବାକୁ କୁହାଯାଇଛି ବୋଲି ବିଡିଓ କହିଛନ୍ତି ।
ଗଜପତି ଜିଲାର ପାହାଡିଆ ଅଞ୍ଚଳରେ ଲଗାଣ ବର୍ଷା ହେଉଛି । ବର୍ଷା ପ୍ରଭାବରେ ଆଜି ଗୁମ୍ମା ବ୍ଲକରେ ପାହାଡ ଧସିଯାଇ କୁଜାସିଂଠାରୁ ଅଜୟଗଡ ରାସ୍ତା ଅବରୋଧ ହୋଇଯାଇଛି । ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।












Click it and Unblock the Notifications