ବିଲ୍କୁ ଓଲଟିଲା ଯାତ୍ରୀବାହୀ ବସ୍; ୫ ଗୁରୁତର, ୧୦ ଆହତ
ବିଲକୁ ଓଲଟିଲା ଯାତ୍ରୀବାହୀ ବସ୍ । ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସଟି ଭାରସାମ୍ୟ ହରାଇ ବିଲକୁ ଓଲଟିଲା । ୧୦ ଜଣ ଯାତ୍ରୀ ଆହତ, ୫ ଗୁରୁତର ।
ସମସ୍ତ ଆହତ ମାନଙ୍କୁ କେସିଙ୍ଗା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଗୁରୁତର ଆହତ ମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ତେବେ ବସ୍ ତଳେ ମଧ୍ୟ କିଛି ଜଣ ଚାପି ହେଇ ରହିଯାଇଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁଯାୟୀ , କଳାହାଣ୍ଡି କେସିଙ୍ଗା ଥାନା ଡୁମେରମୁଣ୍ଡା ଶିରୋଲ ରାସ୍ତା ନିକଟରେ ଝୁଲେଲାଲ ନାମକୁ ଘରୋଇ ବସ ଓଲଟି ଯାଇଥିଲା ।ଏକ ବାଇକ ସମ୍ମୁଖରେ ଆସିଯିବାରୁ ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସଟି ଭାରସାମ୍ୟ ହରାଇ ବିଲକୁ ଓଲଟି ପଡିଥିଲା। ବସ ଅପରାହ୍ନ ୨ଟାରେ ଦୁର୍ଘଟଣାଗ୍ରସ୍ତ ହେଇଥିଲା ।

ବସରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ତେବେ ସେମାନଙ୍କ ଭିତରୁ ୫ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କାର୍ୟ୍ୟ ଜାରି ରଖିଥିବା ବେଳେ ଆହତ ମାନଙ୍କୁ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
ଭବାନୀପାଟଣାରୁ ବାରବନ୍ଧାକୁ ଯାଉଥିବା ଝୁଲେଲାଲ ବସ୍ଟି ଯାଉଥିବା ବେଳେ କେସିଙ୍ଗା ସିରୁଲ ରାଇସ ମିଲ ପାଖରେ ଏକ ବାଇକକୁ ବଞ୍ଚେଇବାକୁ ଯାଇ ରାସ୍ତାରୁ ୧୦ଫୁଟ ତଳକୁ ଥିବା ଚାଷ ଜମିକୁ ଖସି ପଡ଼ିଥିଲା । କେସିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।












Click it and Unblock the Notifications