ଖୋର୍ଦ୍ଧାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ
ଖୋର୍ଦ୍ଧାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ
ଖୋର୍ଦ୍ଧା: ଖୋର୍ଦ୍ଧାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆନ୍ଧ୍ରରୁ ପୁରୀ ଯାଉଥିବା ବେଳେ ଖୋର୍ଦ୍ଧା ଜଙ୍କିଆଠାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ କାର୍ ଧକ୍କା ଦେବା ଫଳରେ କାରରେ ଥିବା ୨ ପୁରୁଷ ଓ ୨ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଆନ୍ଧ୍ରର ବୋଲି ସୂଚନା ରହିଛି । ବିଶାଖାପାଟଣାରୁ ପୁରୀ ଆସୁଥିବା ବେଳେ ଭୋର୍ ସମୟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳର ଜଙ୍କିଆ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଆଜି ଭୋର ସମୟରେ NH-16ରେ ଏହି ଦୁର୍ଘଟଣା ଘଟିଛି । କାରଟି ଆନ୍ଧ୍ର ପ୍ରଦେଶ ଆଡୁ ଆସୁଥିବା ବେଳେ NH-16 ର ବଡପୋଖରିଆ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ଟ୍ରକ ପଛ ପଟେ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ୨ ପୁରୁଷ ଓ ୨ ମହିଳାଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଁଚି ୪ ଜଣଙ୍କୁ କାର୍ ଭିତରୁ ବାହାର କରି ମୃତ ଦେହକୁ ଖୋର୍ଦ୍ଧା ମେଡିକାଲକୁ ପଠାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ କାହାରି ପରିଚୟ ମିଳିପାରି ନାହିଁ ।












Click it and Unblock the Notifications