ଖଣ୍ଡଗିରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ରାସ୍ତା ପାର ହେଉଥିବା ବେଳେ ଯୁବତୀଙ୍କୁ ଚାପିଦେଲା ବସ୍

ଭୁବନେଶ୍ୱର ଖଣ୍ଡଗିରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଝିଅ ଉପରେ ଚଢିଗଲା ବସ୍ । ରାସ୍ତା ପାର ହେଉଥିବା ବେଳେ ଯୁବତୀଙ୍କୁ ଚାପିଦେଲା ବସ୍ । ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ଘଟିଛି ।

ମାଆ, ଝିଅ ରାସ୍ତା ପାରି ହେଉଥିବା ବେଳେ ଚଢ଼ିଗଲା ସ୍କୁଲ ବସ୍ । ଭୁବନେଶ୍ୱର ଖଣ୍ଡଗିରିରେ ଦୁର୍ଘଟଣା ଦେଖିବାକୁ ମିଳିଛି । ଦୁର୍ଘଟଣାସ୍ଥଳରେ ଝିଅର ମୃତ୍ୟୁ ହୋଇଛି ।

road accident

ସୂଚନା ଅନୁସାରେ, ପେଟ୍ରୋଲ ପମ୍ପ ସମ୍ମୁଖରେ ମାଆ ଝିଅ ରାସ୍ତା ପାରି ହେଉଥିବା ବେଳେ ଖଣ୍ଡଗିରି ପଟୁ ଆସୁଥିବା ଏକ ବାଇକ ପ୍ରଥମେ ମହିଳାଙ୍କୁ ଧକ୍କା ଦେବାରୁ ସେ ରାସ୍ତାରେ ପଡ଼ିଯାଇଥିଲେ । ଏହି ସମୟରେ ଝିଅ ଦୌଡି ଆସି ମାଆ ପାଖରେ ପହଞ୍ଚିବା ବେଳେ ପଛପଟୁ ଏକ ବସ୍ ଆସି ଝିଅ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେଯୁବତୀ ଜଣଙ୍କ ମୃତ୍ୟୁ ହୋଇଛି । ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ମୃତ ଦେହ ଜବତ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+