ଅଟୋକୁ ଧକ୍କା ଦେଲା ଡମ୍ପର, ଘଟଣା ସ୍ଥଳରେ ଚାଲିଗଲା 3 ଜୀବନ

ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ସ୍ଥାନୀୟ ମନମୁଣ୍ଡା-କଣ୍ଟାମାଳ ରାସ୍ତାର ଗୋପାଳମାଳ ଛକ ନିକଟରେ। ମୃତକମାନେ ହେଲେ ସୁରୁଗୁତା ନାଗ, ତାଙ୍କ ପୁଅ ବାବୁଲା ନାଗ ଓ ଝିଅ ସରୋଜିନୀ ନାଗ।

ବୌଦ୍ଧ: ଏମିତି ବି ଆସେ ମୃତ୍ୟୁ । ସକାଳୁ ସକାଳୁ ବାହିରଥିଲେ ବନ୍ଧୁଙ୍କ ଘରକୁ । ହେଲେ ସାମ୍ନାରୁ ଆସିଲା କାଳ ରୂପି ଚିପ୍‌ସ ବୋଝେଇ ଡମ୍ପର । ଆଉ ଦୁର୍ଘଟଣା ଘଟାଇ ନେଇ ଗଲା ମା-ପୁଅ-ଝିଅଙ୍କ ଜୀବନ । ଆଜି ଏମିତ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ସ୍ଥାନୀୟ ମନମୁଣ୍ଡା-କଣ୍ଟାମାଳ ରାସ୍ତାର ଗୋପାଳମାଳ ଛକ ନିକଟରେ। ମୃତକମାନେ ହେଲେ ସୁରୁଗୁତା ନାଗ, ତାଙ୍କ ପୁଅ ବାବୁଲା ନାଗ ଓ ଝିଅ ସରୋଜିନୀ ନାଗ।

Road Accident

ସୂଚନା ଅନୁଯାୟୀ, ଏକ ଅଟୋରେ ଏହି 3 ଜଣ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ସେମାନେ ଫଗୁନାମାଲ୍ ଗାଁରୁ ମନମୁଣ୍ଡା ଆଡ଼କୁ ଯାଉଥିଲେ। ସକାଳ ପ୍ରାୟ ୯ଟା ବେଳେ ଗୋପାଳମାଳ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଡମ୍ପରଟି ଅଟୋକୁ ସମ୍ମୁଖରୁ ଧକ୍କା ଦେଇଥିଲା। ଅଟୋରେ ବସିଥିବା ଯାତ୍ରୀମାନେ ଏଣେତେଣେ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ଘଟାଇବା ପରେ ଡମ୍ପରଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ତେବେ ଡମ୍ପର ଡ୍ରାଇଭର ଫେରାର ହୋଇଯାଇଛି। ଅଟୋ ଚାଳକଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି।

ସୁରୁଗୁତା, ବାବୁଲା ଓ ସରୋଜିନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅଟୋ ଚାଳକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+