ଭୁବନେଶ୍ବରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ
Road Accident: ରାଜଧାନୀ ଭୁବନେଶ୍ୱର ପାତ୍ରପଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ରହିଛି । ସୂଚନା ଅନୁସାରେ, ଭାଇଜି ଗାଙ୍ଗୁରାମ ମିଛା ଦୋକାନ ସାମ୍ନାରେ ପିକ ଅପ ଭ୍ୟାନ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥାଳରେ ଖଣ୍ତଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପକ୍ଷରେ ପିକ ଅପ ଭ୍ୟାନକୁ ଅଟକ ରଖାଯାଇଛି ।

ରାଜଧାନୀରେ ଦୁର୍ଘଟଣାରେ ବ୍ରେକ ଲାଗୁ ନାହିଁ । ଏପରିକି ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି । ଭୁବନେଶ୍ୱର ଭରତପୁର ଥାନା ଅଧିନ ଘାଟିକିଆ ବସଷ୍ଟାଣ୍ଡରେ ଜଣେ ମହିଳାଙ୍କ ମୃତ ଦେହ ପଡି ରହିଛି ।ତେବେ ମହିଳାଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।












Click it and Unblock the Notifications