ମର୍ମନ୍ତୁଦ ସଡକ ଦୁର୍ଘଟଣା; ଟ୍ରକକୁ ପଛରୁ ପିଟିଲା ବସ୍, ଜଣେ ଯାତ୍ରୀ ମୃତ ଓ ୭ ଗୁରୁତର

କଳାହାଣ୍ଡି ଜିଲ୍ଲାର କୋକସରା ଥାନା ଅନ୍ତର୍ଗତ ଚାରବାହାଲ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକକୁ ପଛରୁ ପିଟିଲା ବସ୍। ଜଣେ ଯାତ୍ରୀ ମୃତ ଓ ୭ ଗୁରୁତର ହୋଇଛନ୍ତି।

ଆଜି ଭୋର ସମୟରେ NH 26 ରେ ଥିବା ଏକ ସ୍କୁଲ ସମ୍ମୁଖରେ ଏକ ଟ୍ରକ ଠିଆ ହୋଇଥିଲା। ଭୁବନେଶ୍ବରରୁ ଉମରକୋଟ ଯାଉଥିବା ଯାତ୍ରୀବାହୀ ବସ୍‌ଟି ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଡ୍ରାଇଭର ଓ ହେଲପରଙ୍କ ସମେତ ୭ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଯାତ୍ରୀଙ୍କ ଜୀବନ ଯାଇଥିଲା।

road accident Bus hits truck from behin

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଲକ୍ଷ୍ମୀନାରାୟଣ ପୁର ଛକରେ ଘରୋଇ ବସ ଦୁର୍ଘଟଣା ଗସ୍ତ ହୋଇଛି । ଏଥିରେ ଡ୍ରାଇଭର ମୃତ୍ୟୁ ହୋଇଛି । ମୃତକ ଡ୍ରାଇଭର ହେଲେ ଜଙ୍କିଆର ଦିବାକର ବେହେରା , ଅନ୍ୟ ଜଣେ ଡ୍ରାଇଭର ଆହତ ହୋଇଛନ୍ତି । ଆହତ ଡ୍ରାଇଭରଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ବୀଣାପାଣି ନାମକ ଘରୋଇ ବସଟି ଭୁବନେଶ୍ୱରରୁ ଆସୁଥିଲା । କିଛି ସମୟ ପରେ ବସଟି ଶେଷ ଷ୍ଟପେଜ ତୁରୁବୁଡିରେ ରହିଥାନ୍ତା । ଭୁବନେଶ୍ୱରୁ ଆସୁଥିବା ବସର ଯାତ୍ରୀ ମାନେ ବିଭିନ୍ନ ଷ୍ଟପେଜରେ ଓହ୍ଲାଇପଡ଼ିଥିବା ଯୋଗୁଁ କେହି ଯାତ୍ରୀ ବସରେ ନ ଥିଲେ । କିନ୍ତୁ ଲକ୍ଷ୍ମୀ ନାରାୟଣ ପୁର ଛକରେ ଥିବା ବିଶ୍ରାମାଗାରକୁ ଜୋରରେ ଧକ୍କା ଦେବା ଫଳରେ ବିଶ୍ରାମାଗାର ଚୁରମାର ହୋଇଯାଇଛି । ଏଥିରେ ଡ୍ରାଇଭର ଦିବାକର ଚାପି ହୋଇ ରହିଯାଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ଆମ୍ବୁଲାନ୍ସ ଯୋଗେ ଆହତ ଓ ମୃତକଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+