ରାଜଧାନୀରେ ଭୟଙ୍କର ଦୁର୍ଘଟଣା, ଫୁଟ୍ପାଥ୍ ଉପରେ ମାଡ଼ିଗଲା ଦ୍ରୁତଗାମୀ କାର୍
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମିସାଇଲ୍ ସାଜିଲା ମର୍ସିଡିଜ୍ । ଭାଙ୍ଗି ଚାଲିଲା ଗୋଟିଏ ପରେ ଗୋଟିଏ ଷ୍ଟ୍ରିଟ୍ ଲାଇଟ୍ ପୋଲ୍। ୨୦୦ ଫୁଟ୍ ଯାଏ ଘୋଷାଡି ହୋଇ ଚଢ଼ିଗଲା ଫୁଟପାଥ୍ ଉପରେ। ଆହତଙ୍କୁ ଉଦ୍ଧାର କଲେ ପଥଚାରୀ। ଘଟଣା ସ୍ଥଳରେ ପିସିଆର୍ ଭ୍ୟାନ ଓ ସହିଦ୍ ନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସୁଚନାନୁସାରେ ନାଲ୍କୋ ଛକରୁ ଜୟଦେବ ବିହାର ଅଭିମୁଖେ ଯାଉଥିଲା ମର୍ଶଡିସ୍ । ର୍କା ପାଲ୍ହାଇଟ୍ ଛକ କଟିଂ ପୂର୍ବରୁ ହଠାତ୍ ଗାଡିଟି ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢାଯାଇଥିଲା ।

ପରେ ଗୋଟିଏ ପରେ ଗୋଟିଏ ଷ୍ଟ୍ରିଟ୍ ପୋଲ ଭାଙ୍ଗିବା ସହ ରାସ୍ତାରେ ପାଖାପାଖି ୨୦୦ ଫୁଟ ଯାଏ ଟାଣି ନେଇଥିଲା । ଏହାପରେ ସ୍ଥାନୀୟ ଲୋକ ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।












Click it and Unblock the Notifications