ଅଧା ରହିଗଲା ତାରିଣୀ ଦର୍ଶନ; ଟ୍ରକ୍କୁ ପଛରୁ ପିଟିଲା ଭ୍ୟାନ୍, ଗଲା ୭ ଜୀବନ
ଆନନ୍ଦପୁର: ଟ୍ରକ୍କୁ ପଛରୁ ପିଟିଲା ଭ୍ୟାନ୍ । ଗଲା ୭ ଜୀବନ । ଦୁର୍ଘଟଣାରେ ଆଉ ୮ ଗୁରୁତର । ଘଟଗାଁ ମେଡିକାଲରେ ଭର୍ତ୍ତି ।ଭ୍ୟାନରେ ଥିବା ଅନ୍ୟ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ଲାଗି ଘଟଗାଁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଏନ୍ଏଚ୍ ୨୦ ବାଲିଯୋଡ଼ି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।
ତାରିଣୀ ଦର୍ଶନ ପାଇଁ ଦିଗପହଣ୍ଡିରୁ ଆସିଥିଲେ ୨୦ ଜଣ । ପରିବାରର ୨୦ ଜଣ ତାରିଣୀ ଦର୍ଶନ ପାଇଁ ଆସିଥିଲେ । ତାରିଣୀ ମନ୍ଦିର ଠାରୁ ମାତ୍ର ୩ କିମି ପୂର୍ବରୁ ଘଟିଛି ଦୁର୍ଘଟଣା ।
ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ ସହ ଧକ୍କା ହେବା ପରେ ଦୁର୍ଘଟଣା ଘଟିଛି । ଭ୍ୟାନ୍ ଚୁର୍ମାର୍ ହୋଇଛି । ମୃତକଙ୍କ ମଧ୍ୟରେ ୨/୩ ଜଣ ମହିଳା ଥିବା ସୂଚନା ମିଳିଛି । ସମସ୍ତ ମୃତାହତ ଦିଗପହଣ୍ଡି ପୋଡ଼ାମାରି ଗାଁର ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ତାରିଣୀଙ୍କୁ ଦର୍ଶନ କରିବା ଲାଗି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପୁଡାମାରି ଗାଁରୁ ଆସୁଥିବା ଏକ ଉଇଙ୍ଗର ଭ୍ୟାନ ମନ୍ଦିରର ମାତ୍ର ତିନି କିଲୋମିଟର ପୂର୍ବରୁ ବାଲିଯୋଡ଼ିଠାରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲ। ଘଟଣାସ୍ଥଳରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଦୁର୍ଘଟଣା ସକାଳ ୫ଟା ପାଖାପାଖି ଘଟିଥିବାର ଜଣାପଡ଼ିଛି। ଭୋର ସମୟେରେ କୁହୁଡି ଥିବା ଯୋଗୁ କିମ୍ବା ଢ଼ଳେଇ ପଡ଼ିଥିବା ହେତୁ ପୂରା ବେଗରେ ଥିବା ବେଳେ ଟ୍ରକ ସହ ପିଟି ଭ୍ୟାନ୍ ହୋଇଛି ବୋଲି ଅନୁମାନ କରାଯାଉଛି ।












Click it and Unblock the Notifications