ଟିପ୍ପର ଓଲଟିବା ଘଟଣା: ବଢିଲା ମୃତ୍ୟୁ ସଂଖ୍ୟା, କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Accident News: ଆଜି ସକାଳେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ସ୍ଥିତ ହନ୍ତାଲଗୁଡ଼ା ଘାଟିରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା । ସିମେଣ୍ଟ ବୋଝେଇ ଟିପ୍ପର ଓଲଟିବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୮ ଜଣ ଗୁରୁତର ଆହତ ହୋଇଥିଲେ । ବର୍ତ୍ତମାନ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତାହତ ଶ୍ରମିକମାନେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଅଞ୍ଚଳର ବୋଲି ସୂଚନା ରହିଛି ।
ସିମେଣ୍ଟ ବୋଝେଇ ଟିପ୍ପର ଓଲଟିବା ଫଳରେ ପ୍ରଥମେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ହନ୍ତାଳଗୁଡ଼ା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ନେଇ ସୂଚନା ମିଳିଛି । ଟିପ୍ପର ଟି ଚିତ୍ରକୋଣ୍ଡାରୁ ଯୋଡ଼ାମ୍ବ ଯାଉଥିବା ବେଳେ ହନ୍ତାଳଗୁଡ଼ାରେ ଦୁର୍ଘଟଣା ଘଟିଥିଲା । 10 ରୁ ଅଧିକ ଶ୍ରମିକଙ୍କୁ ନେଇ ଯାଉଥିଲା ସିମେଣ୍ଟ ବୋଝେଇ ଟିପ୍ପର ।

ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲୋକଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ମୃତକଙ୍କ ପରିବାର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଦିଆଯିବ । ସେହିପରି ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଥାଉ ଯେ, ଆଜି ସକାଳେ ଏକ ଟିପ୍ପର ଚିତ୍ରକୋଣ୍ତାରୁ ୧୦ପୁ ଅଧିକ ଶ୍ରମିକଙ୍କୁ ନେଇ ଯୋଡାମ୍ବ ଯୋଉଥିଲା । ଯେଉଁଥିରେ ଲୁହା, ସିମେଣ୍ଟ ବୋଝେଇ ହୋଇ ରହିଥିଲା । ଗାଡ଼ିଟି ଭାରସ୍ୟାମ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ଏବଂ ୮ ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ବର୍ତ୍ତମାନ କିଛି ଆହତ ଶ୍ରମିକଙ୍କ ଚିକିତ୍ସା ଜାରି ରହିଥିବା ବେଳେ ବର୍ତ୍ତମାନ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।












Click it and Unblock the Notifications