କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି: ୬ ମୃତ

ସମ୍ବଲପୁର: ଶାସନ ଥାନା ବିଶାଲଖିଣ୍ତା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବଳମ୍ବିତ ରାତିରେ କେନାଲକୁ ବରଯାତ୍ରୀ ଗାଡ଼ି ଖସି ୬ ମୃତ ୨ ଆହତ ହୋଇଥିବା ବେଳେ ଜଣେ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି ।
ଖବର ଅନୁସାରେ, କାରଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡିଥିଲା । ଯାହା ଫଳରେ ପାଣିରେ ବୁଡ଼ି ୬ ମୃତ ଏବଂ ୨ ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଏପର୍ଯ୍ୟନ୍ତ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଡ୍ରାଇଭରଙ୍କ ପତ୍ତା ମିଳିପାରୁ ନାହିଁ ।
ସୂଚନା ଅନୁସାରେ, ଭୋଜି ଖାଇ ସମ୍ବଲପୁର ପରମାଣପୁରରୁ ଝାରସୁଗୁଡ଼ା ଫେରୁଥିବା ବେଳେ ରାତି ପ୍ରାୟ ୨ ଟା ବେଳେ ଶାସନ କେନାଲ ନିକଟରେ ଦୁର୍ଘଟଣା ଘଟିଥିଲା । ସମସ୍ତ ମୃତାହତ ଝାରସୁଗୁଡ଼ା ଲଖନପୁର ବ୍ଲକ ବଡ଼ଧରା ଗାଁରେ ବୋଲି ସୂଚନା ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ନିଖୋଜ ଥିବା ବ୍ୟକ୍ତିଙ୍କର ସନ୍ଧାନ ଜାରି ରହିଛି ।












Click it and Unblock the Notifications