ରାଜ୍ୟରେ ପୁଣି ହେବ ସେରୋ ସର୍ଭେଲାନ୍ସ
ଭୁବନେଶ୍ବର: ରାଜ୍ୟରେ ପୁଣି ହେବ ସେରୋ ସର୍ଭେଲାନ୍ସ । ଏଥିପାଇଁ ସରକାର ଅନୁମତି ଦେଇଛନ୍ତି ଭୁବନେଶ୍ୱର ଆରଏମଆରସିକୁ । କୋଭିଡ୍ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଆୟୁ ବର୍ଗର ଲୋକଙ୍କ ଦେହରେ ଆଂଟିବଡ଼ିର ଉପସ୍ଥିତି ବିଷୟରେ ଏହି ସର୍ଭେକ୍ଷଣ ଦ୍ୱାରା ଜଣାପଡିବ । ଏହି ରାଜ୍ୟସ୍ତରୀୟ ସର୍ଭେ କାର୍ଯ୍ୟ ୧୨ଟି ଜିଲ୍ଳାରେ କରାଯିବ । ଆରଏମଆରସି ପକ୍ଷରୁ ସାର୍ସ୍-ସିଓଭି-୨ ସମ୍ବନ୍ଧୀୟ ଆଂଟିବଡି ବିଷୟରେ ଅନୁଧ୍ୟାନ କରାଯିବ ।

ଏହି ୧୨ଟି ଜିଲ୍ଲାରେ ହେବ ସେରୋ ସର୍ଭେଲାନ୍ସ
ଆର୍ଏମ୍ଆର୍ସି ଭୁବନେଶ୍ୱର ପକ୍ଷରୁ ୧୨ ଜିଲ୍ଲାର ବିଭିନ୍ନ ଆୟୁବର୍ଗଙ୍କ ଠାରୁ ସାମ୍ପଲ୍ ସଂଗ୍ରହ କରାଯିବ । ଏହି ଜିଲ୍ଳା ଗୁଡିକ ହେଲା: ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେଉଁଝର, ଖୋର୍ଧା, ପୁରୀ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର । ସଂସ୍ଥା ପକ୍ଷରୁ ୧୨ଟି ଜିଲ୍ଳାର ୬୬୮୦ ସାମ୍ପଲ୍ ସଂଗ୍ରହ କରାଯିବ । ଏଥିସହିତ ଶହେ ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଠାରୁ ମଧ୍ୟ ସାମ୍ପଲ୍ ସଂଗ୍ରହ କରାଯିବ । ସେରୋ ସର୍ଭେଲାନ୍ସ କାମରେ ଯାଉଥିବା ଦଳକୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।
ଏହି ସାମ୍ପଲ୍ ସଂଗ୍ରହ କାର୍ଯ୍ୟ ଚଳିତ ଅଗଷ୍ଟ ମାସ ୨୯ ତାରିଖରୁ ଆରମ୍ଭ ହୋଇ ସେପ୍ଟମ୍ବର ୧୫ ତାରିଖ ପର୍ଯନ୍ତ ଜାରି ରହିବ । ଚଳିତ ବର୍ଷ ଜୁନ୍ ମାସରେ ହୋଇଥିଲା ଦେଶର ୪ର୍ଥ ପର୍ଯ୍ୟାୟ ସେରୋ ସର୍ଭେ । ଏଥିରେ ସମଗ୍ର ଦେଶର ୭୦ଟି ଜିଲ୍ଲାରେ ସାମ୍ପଲ୍ ସଂଗ୍ରହ ହୋଇଥିଲା । ଓଡିଶାର ଗଂଜାମ, କୋରାପୁଟ ଏବଂ ରାୟଗଡା ଜିଲ୍ଲାକୁ ସାମିଲ୍ କରାଯାଇଥିଲା ।
ପିଲାମାନଙ୍କ ନିଆଯାଇପାରେ ସାମ୍ପଲ୍
କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଗୁଆ ସତର୍କ ରହିବାକୁ ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି । ଓଡିଶା ସରକାର ଏଥିପାଇଁ ଏକାଧିକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଶିଶୁଙ୍କ ପାଇଁ ୱାର୍ଡ ବ୍ୟବସ୍ଥା, ଆଇସିୟୁମାନଙ୍କରେ ଶିଶୁଙ୍କ ପାଇଁ ନିର୍ଦ୍ଧାରିତ ସଂଖ୍ୟକ ସ୍ଥାନ ସଂରକ୍ଷଣ ଇତ୍ୟାଦି କରାଯାଇଛି । ଏଭଳି ପରିସ୍ଥିତିରେ ଆଂଟିବଡି ବିଷୟରେ ତଥ୍ୟ ସଂଗ୍ରହ କରାଯିବା ସମୟରେ ନିର୍ଦ୍ଧାରିତ ସଂଖ୍ୟକ ଶିଶୁଙ୍କ ଠାରୁ ସାମ୍ପଲ୍ ସଂଗ୍ରହକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇପାରେ । ଏହାଦ୍ୱାରା ଶିଶୁଙ୍କ ଆଂଟିବଡିର ଉପସ୍ଥିତି ଏବଂ ୩ୟ ଲହର ମୁକାବିଲା ଦିଗରେ କ'ଣ ପଦକ୍ଷେପ ନେବାକୁ ପଡ଼ିବ,ସେନେଇ ସରକାର ସଠିକ୍ ଆକଳନ କରିପାରିବେ । ସୂଚନା ଯୋଗ୍ୟ ଯେ, ସେରୋ ସର୍ଭେକ୍ଷଣରେ ବିଭିନ୍ନ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥାଏ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications