ହୁତୁହୁତୁ ହୋଇ ଜଳୁଛି RMC ମାର୍କେଟ୍,ବିସ୍କୁଟ୍ ଓ ପ୍ଲାଷ୍ଟିକ ଗୋଦାମରେ ଲାଗିଛି ନିଆଁ
ଭଦ୍ରକ ପୁରୁଣା ବଜାର ଥାନା ବାଇପାସ୍ ସ୍ଥିତ RMC ମାର୍କେଟ୍ରେ ଥିବା ବିସ୍କୁଟ ଏବଂ ପ୍ଲାଷ୍ଟିକ ଗୋଦାମରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।

ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ହେଲେ ନିଆଁ ଲିଭାଇବା ବେଳେ ଅଗ୍ନିଶମ ବାହିନୀର ଜଣେ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ତାଙ୍କ ନାଁ ରଶ୍ମି ରଞ୍ଜନ ସ୍ବାଇଁ। ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ପ୍ରବଳ ଧୂଆଁ ହେଉଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡିଛି। ଶର୍ଟ ସର୍କିଟରୁ ଏହି ନିଆଁ ବ୍ୟାପିଥିବା ସନ୍ଦେହ କରାଯାଉଛି।












Click it and Unblock the Notifications