Get Updates
Get notified of breaking news, exclusive insights, and must-see stories!

କାର୍ତ୍ତିକରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ: ଜାଣନ୍ତୁ, ଶ୍ରୀମନ୍ଦିରରେ କିଭଳି ହେବ ପାକ ତ୍ୟାଗ ଓ ଦେବନୀତି ?

କାର୍ତ୍ତିକ ମାସରେ ଉଭୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ପଡ଼ୁଛି । ତେବେ ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ ପରମ୍ପରା ଥିବାରୁ ଦେବନୀତି କିଭଳି ଅନୁଷ୍ଠିତ ହେବ ସେନେଇ ସବୁଠି ଚର୍ଚ୍ଚା ।

ପୁରୀ: କାର୍ତ୍ତିକ ମାସରେ ଉଭୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ପଡ଼ୁଛି । ତେବେ ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ ପରମ୍ପରା ଥିବାରୁ ଦେବନୀତି କିଭଳି ଅନୁଷ୍ଠିତ ହେବ ସେନେଇ ସବୁଠି ଚର୍ଚ୍ଚା । ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ଅକ୍ଟୋବର ୨୫ ଦୀପାବଳୀ ଅମାବାସ୍ୟାରେ ପଡ଼ୁଛି ସୂର୍ଯ୍ୟପରାଗ । ସେହିପରି ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଛି । ଏଥିପାଇଁ ମହାପ୍ରଭୁଙ୍କ ଥିବା ସମସ୍ତ ନୀତି କାନ୍ତି ନିର୍ଦ୍ଧାରିତ ସମୟ ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Jagannath Temple

୨୪ ତାରିଖ ଅପରାହ୍ନ ୫ଟା ୪୭ ପରେ ଅମାବାସ୍ୟା ଲାଗିବ। ଯେହେତୁ ୨୫ ତାରିଖ ରାତିକୁ ଅମାବାସ୍ୟା ନାହିଁ, ଏଣୁ ଏବର୍ଷ ୨୪ ତାରିଖ ଦିନ ଅମାବାସ୍ୟା ଲାଗିବା ପରେ ହିଁ ପୟାଶ୍ରାଦ୍ଧ, ଦୀପଦାନ, ବଡ଼ବଡ଼ୁଆ ଡାକ ଏବଂ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେବ । ୨୫ ତାରିଖରେ ସୂର୍ଯ୍ୟପରାଗ ରହିଛି । ଏହି ଦିନ ଅପରାହ୍ନ ୪ଟା ୫୬ ମିନିଟ୍‌ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ଏଣୁ ଏହିଦିନ ଭୋର ୪ଟା ୫୭ରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେ‌ଧ କରାଯାଇଛି । ଏଥିପାଇଁ ଶ୍ରୀମନ୍ଦିରରେ ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି। ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଆରମ୍ଭ ହେବ। ଗ୍ରହଣ ଭୋଗ ନୀତି ହୋଇ ଅନ୍ୟାନ୍ୟ ନୀତି ବଢ଼ିବ । ମୋଟ୍ ୧୬ ମିନିଟ ୨୬ ସେକେଣ୍ଡ ପାଇଁ ପୁରୀକୁ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେଉଛି । ସୂର୍ଯ୍ୟପରାଗର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ୨୫ ତାରିଖ ଭୋର୍ ୪ଟା ୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ହେବ ।

Jagannath Temple

ସେହିପରି ଏଥର କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ୍ ନଭେମ୍ବର ୮ ତାରିଖ ଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ସେଦିନ ଭୋର୍ ୪ଟା ୨୯ ପୂର୍ବରୁ ଡଙ୍ଗା ଭସା ଶେଷ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେହିଦିନ ସନ୍ଧ୍ୟା ୬ଟା ୧୯ ମିନିଟ୍‌ ପର୍ଯ୍ୟନ୍ତ ଦେବ ନୀତି ଓ ପାଗ ତ୍ୟାଗ କରିବାକୁ ନିଷେଧ କରାଯାଇଛି । ତେଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି ଅନୁସାରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗ ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିବ। କିନ୍ତୁ ଅନ୍ୟ ଦେବାଦେବୀ ମନ୍ଦିରରେ ଗ୍ରହଣ ସର୍ବମୋକ୍ଷ ପରେ ନୀତି ବଢ଼ିବ ।

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ଆମର ୧୨ଟି ରାଶି ମଧ୍ୟରୁ ୬ଟି ରାଶିର ବ୍ୟକ୍ତି ସୂର୍ଯ୍ୟପରାଗ ଦେଖିବା ଅଶୁଭ ହୋଇଥାଏ । ସେହି ରାଶି ଗୁଡ଼ିକ ହେଲା- ମେଷ, ତୁଳା, ବିଚ୍ଛା, ମକର, କୁମ୍ଭ ଓ ମୀନ । ତେବେ ଅନ୍ୟ ରାଶିର ବ୍ୟକ୍ତିମାନେ ସୂର୍ଯ୍ୟପରାଗ ଦେଖିଲେ ଶୁଭ ହୋଇଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+