For Quick Alerts
Turn On Notification  
For Daily Alerts
Oneindia App Download

କାର୍ତ୍ତିକ ପୂର୍ଣ୍ଣିମା ଦିନ ପଡୁଛି ରାହୁ ଗ୍ରସ୍ତ ଖଣ୍ତାଗ୍ରାସ ଚନ୍ଦ୍ରଗ୍ରହଣ

କାର୍ତ୍ତିକ ପୂର୍ଣ୍ଣିମା ଦିନ ପଡୁଛି ରାହୁ ଗ୍ରସ୍ତ ଖଣ୍ତାଗ୍ରାସ ଚନ୍ଦ୍ରଗ୍ରହଣ

|

Lunar Eclipse 2022: ନଭେମ୍ବର ୮ ତାରିଖ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଦିନ ପଡୁଛି ରାହୁ ଗ୍ରସ୍ତ ଖଣ୍ତାଗ୍ରାସ ଚନ୍ଦ୍ରଗ୍ରହଣ । ପ୍ରଥମ ଚନ୍ଦ୍ରଗ୍ରହଣ ମେ' ମାସରେ ହୋଇଥିବା ବେଳେ ହୋଇଥିବା ବେଳେ ଆସନ୍ତା ମାସରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ସୂର୍ଯ୍ୟପରାଗର ଠିକ୍ ୧୫ ଦିନ ପରେ ଏକ ଚନ୍ଦ୍ରଗ୍ରହଣ ସଂଗଠିତ ହୋଇଥାଏ। ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଛି । ଏଥିପାଇଁ ମହାପ୍ରଭୁଙ୍କ ଥିବା ସମସ୍ତ ନୀତି କାନ୍ତି ନିର୍ଦ୍ଧାରିତ ସମୟ ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।ଏଥର କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ୍ ନଭେମ୍ବର ୮ ତାରିଖ ଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ସେଦିନ ଭୋର୍ ୪ଟା ୨୯ ପୂର୍ବରୁ ଡଙ୍ଗା ଭସା ଶେଷ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେହିଦିନ ସନ୍ଧ୍ୟା ୬ଟା ୧୯ ମିନିଟ୍‌ ପର୍ଯ୍ୟନ୍ତ ଦେବ ନୀତି ଓ ପାକ ତ୍ୟାଗ କରିବାକୁ ନିଷେଧ କରାଯାଇଛି । ତେଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ଵତନ୍ତ୍ର ନୀତିକାନ୍ତି ଅନୁସାରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗ ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିବ। କିନ୍ତୁ ଅନ୍ୟ ଦେବାଦେବୀଙ୍କର ମନ୍ଦିରରେ ଗ୍ରହଣ ସର୍ବମୋକ୍ଷ ପରେ ନୀତି ବଢ଼ିବ ।

Lunar Eclipse 2022

ଶ୍ରୀମନ୍ଦିରରେ ମଙ୍ଗଳବାର ସକାଳ ୮ଟା ୨୯ ମିନିଟରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ କରାଯାଇଛି । ଏହିଦିନ ଅପରାହ୍ନ ୨ଟା ୩୮ ମିନିଟ ୧୪ ସେକେଣ୍ତରେ ଗ୍ରହଣ ସ୍ପର୍ଶ କରୁଛି । ସଂଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ତରେ ଗ୍ରହଣ ସର୍ବମୋକ୍ଷ ହେବ । ତେଣୁ ଚୂଡାନ୍ତ ନୀତିକାନ୍ତି ଅନୁଯାୟୀ, ପୂର୍ବଦିନ ରାତିରେ ପହଡ଼ରେ ପୁଣି ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ । ହେଲେ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣର ନୀତିକାନ୍ତିକୁ ନେଇ ଜ୍ୟୋତିର୍ବିଦ ମାନଙ୍କର ଭିନ୍ନ ମତ ଦେଖିବା ପାଇଁ ମିଳିଛି । କିଛି ଜ୍ୟୋତିର୍ବିଦମାନେ ଦାବି କରୁଛନ୍ତି ଯେ ଗ୍ରହଣ ଲାଗିବାର ୯ଘଣ୍ଟା ପୂର୍ବରୁ ପାକତ୍ୟାଗ ବିଧି ରହିଛି । ଯେହେତୁ ୨ଟା ୩୮ ମିନିଟ୍ ୧୪ ସେକେଣ୍ତରେ ଗ୍ରହଣ ସ୍ପର୍ଶ କରୁଛି ତେବେ ସୂର୍ଯ୍ୟାଦୟ ପରେ ସବୁକିଛି ନିଷେଧ । ଏପରିକି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁ ନୀତିକାନ୍ତି ଚୂଡାନ୍ତ କରାଯାଇଛି ସେଥିରେ ତୃଟି ରହିଛି ବୋଲି ଦାବି କରିଛନ୍ତି କିଛି ଜ୍ୟୋତିର୍ବିଦମାନେ ।

ବିବାଦ ବଢିବା ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ ନିଜ ତ୍ରୁଟି ସୁଧାରିବାର ନିଷ୍ପତ୍ତି ନେଇଛି । ବଦଳିବ ଚୂଡ଼ାନ୍ତ ନୀତିକାନ୍ତି ସମୟ । ଏ ନେଇ ବିସ୍ତୃତ ଆଲୋଚନା ପାଇଁ ନଭେମ୍ବର ପ୍ରଥମ ସପ୍ତାହରେ ନୀତି ସବ୍‌କମିଟି ଓ ଛତିଶାନିଯୋଗ ବୈଠକ ଡକାଯାଉଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Rituals In Jagannath Temple Rescheduled For Lunar Eclipse 2022
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X