ଏଥର ସ୍କୁଲରେ ସ୍ବାଧୀନତା ଦିବସ ପାଳିବେନି ଛାତ୍ରଛାତ୍ରୀ
ଦେଶ ଏଥର ପାଳିବ 75ତମ ସ୍ବାଧୀନତା ଦିବସ । ସାରା ଦେଶକୁ ଦୁଇ ବର୍ଷ ହେବ କୋଭିଡ ଆତଙ୍କ ଭିତରେ ରଖିଛି । ବର୍ତ୍ତମାନ ମଧ୍ୟ ଦେଶରେ ଲାଗି ରହିଛି ଏହି ଭୟ। ଏଥିପାଇଁ ସ୍ବାଧୀନତା ଦିବସରେ ଲାଗିଲା କଟକଣା ।
ଭୁବନେଶ୍ୱର: ଦେଶ ଏଥର ପାଳିବ 75ତମ ସ୍ବାଧୀନତା ଦିବସ । ସାରା ଦେଶକୁ ଦୁଇ ବର୍ଷ ହେବ କୋଭିଡ ଆତଙ୍କ ଭିତରେ ରଖିଛି । ବର୍ତ୍ତମାନ ମଧ୍ୟ ଦେଶରେ ଲାଗି ରହିଛି ଏହି ଭୟ। ଏଥିପାଇଁ ସ୍ବାଧୀନତା ଦିବସରେ ଲାଗିଲା କଟକଣା । ଏଥର ଅଗଷ୍ଟ 15ରେ ସ୍କୁଲ ଯିବେନି ଛାତ୍ରଛାତ୍ରୀ । କେବଳ ଶିକ୍ଷକ ଶିକ୍ଷୟିତ୍ରୀ ପତାକା ଉତ୍ତୋଳନ କରିବେ ଶିକ୍ଷକ,ଶିକ୍ଷୟତ୍ରୀ । ପୂର୍ବରୁ ସ୍ବାଧୀନତା ଦିବସ ପରେଡରେ ଛାତ୍ରଛାତ୍ରୀ ଭାଗ ନେବେନି ବୋଲି କଟକଣା ଜାରି ହୋଇଥିଲା ।

ଭୁବନେଶ୍ବରରେ ଆୟୋଜିତ ରାଜ୍ୟ ସ୍ତରୀୟ ପରେଡରେ ଓଏସଏପି, ଓଡ୍ରାଫ୍ ଓ ବିଏସଏଫ୍ ସାମିଲ ହେବେ । ଏନେଇ ତିନି ଦିନ ଧରି କରାଯିବ ରିହରସଲ । ପ୍ରଦର୍ଶନୀ ପଡ଼ିଆରେ 11, 12 ଓ 13ରେ ଅଭ୍ୟାସ କରିବେ ଏହି 3ଟି କଣ୍ଟିଜେଣ୍ଟ । ରିହରସଲ ଦିନ ନିର୍ଦ୍ଧାରିତ ସମୟର ଅଧଘଣ୍ଟା ପୂର୍ବରୁ ପହଞ୍ଚିବେ କଣ୍ଟିଜେଣ୍ଟ । ସେମାନଙ୍କ କୋଭିଡ ଟେଷ୍ଟ କରାଯିବା ମଧ୍ୟ ବାଧ୍ୟତାମୂଳକ ରହିଛି ।
ପତାକା ଉତ୍ତୋଳନ ବେଳେ ସାମାଜିକ ଦୂରତା ବଜାୟ ରଖିବେ । ଫ୍ଲାଗ୍ ପୋଷ୍ଟ ପାଖରେ ନିୟୋଜିତ ହେବାକୁ ଥିବା ଅଫିସର କୋଭିଡ ନେଗେଟିଭ ହେବା ସହ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବେ ।












Click it and Unblock the Notifications