ସାତକୋଶିଆରେ କୁମ୍ଭୀର ସଂଖ୍ୟା ବୃଦ୍ଧି, କମିଲା ପକ୍ଷୀଙ୍କ ସଂଖ୍ୟା
ଭୁବନେଶ୍ୱର: ସାତକୋଶିଆରେ କୁମ୍ଭୀର ସଂଖ୍ୟା ବୃଦ୍ଧି, କମିଲା ପକ୍ଷୀଙ୍କ ସଂଖ୍ୟା । ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ତାଙ୍କ ସୂଚନା ଅନୁସାରେ, ଗତ ବର୍ଷ ତୁଳନାରେ ମଗର ସଂଖ୍ୟା ବୃଦ୍ଧି ପାଇଛି ସେହିପରି ଘଡ଼ିଆଳ କୁମ୍ଭୀର ସଂଖ୍ୟା ମଧ୍ୟ ବଢିଥିବା ବେଳେ ଗତ ବର୍ଷ ତୁଳନାରେ ସାତକୋଶିଆରେ ପକ୍ଷୀଙ୍କ ସଂଖ୍ୟା ଖୁବ୍ କମିଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ତାଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଗତ ବର୍ଷ ମଗରଙ୍କ ସଂଖ୍ୟା ୮୧ ଥିଲା ଯାହା ଚଳିତ ବର୍ଷ ବୃଦ୍ଧି ପାଇ ୯୭ରେ ପହଞ୍ଚିଛି । ଘଡ଼ିଆଳଙ୍କ ସଂଖ୍ୟା ୭ରୁ ୧୪କୁ ବୃଦ୍ଧି ପାଇଛି । ସେହିପରି ଗତ ବର୍ଷ ପକ୍ଷୀଙ୍କ ସଂଖ୍ୟା ୩୮୦୦ ଥିବା ଯାହା ଚଳିତ ବର୍ଷ ହ୍ରାସ ପାଇ ୩୩୦୦ରେ ପହଞ୍ଚିଛି ।
ସୂଚନାଥାଉ ଯେ, ଚନ୍ଦକା-ଡମପଡା ଅଭୟାରଣ୍ୟରେ ଚାଲିଥିବା ପକ୍ଷୀ ଗଣନା ଶେଷ ହୋଇଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପକ୍ଷୀ ସଂଖ୍ୟାରେ କମ୍ ପରିଲକ୍ଷିତ ହୋଇଛି । ଚଳିତବର୍ଷ 16 ହଜାର 675 ପକ୍ଷୀ ଆସିଥିବା ଜଣାପଡିଛି । ଗତବର୍ଷ ଅଭୟାରଣ୍ୟ କୁ 22 ହଜାର 840 ପକ୍ଷୀ ଆସିଥିଲେ । ହେଲେ ଗତବର୍ଷ ଅପେକ୍ଷା ଚଳିତବର୍ଷ କମ ସଂଖ୍ୟାକ ପକ୍ଷୀ ଆସିଥିବା ଏହି ଗଣନା ରୁ ଜଣାପଡିଛି । ଏଥର ସମୁଦାୟ 56 ପ୍ରଜାତିର ପକ୍ଷୀ ଆସିଛନ୍ତି । ସେଥିମଧ୍ୟରୁ 24 ପ୍ରଜାତିର ବିଦେଶାଗତ ପକ୍ଷୀ ରହିଛନ୍ତି












Click it and Unblock the Notifications