ଭିଜିଲାନ୍ସ ଜାଲରେ ପଡ଼ିଲେ RI
ଜଗତସିଂହପୁର : ଭିଜିଲାନ୍ସ ଜାଲରେ ପଡ଼ିଲେ ଆରାଆଇ, ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ , ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଜଗତସିଂହପୁର ବାଲିକୁଦା ତହସିଲର ମଲ୍ଲିକାପୁର ରାଜସ୍ବ ନିରୀକ୍ଷକ(ଆରଆଇ) ବିଭୁଦତ୍ତ ସାହୁ। ଏକ ଜମି ପଟା ମ୍ୟୁଟେସନ କେସ କୁ ଜଣଙ୍କ ପକ୍ଷରେ କରାଇ ଦେବା ଲାଗି ୫୦୦୦ ଟଙ୍କା ଲାଞ୍ଚ ମାଗି ନେଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଧରିଛି। ନଗଦ ଟଙ୍କା ମଧ୍ୟ ତାଙ୍କ ପାଖରୁ ଉଦ୍ଧାର କରାଯାଇଛି।

କାମ କରାଇ ଦେବା ପାଇଁ ବିଭୁଦତ୍ତ ଲାଞ୍ଚ ମାଗୁଥିବା ଅଭିଯୋଗ ପୂର୍ବରୁ ଭିଜିଲାନ୍ସ ପାଖରେ ହୋଇଥିଲା। ଏହାପରେ ଜାଲ ବିଛାଇ ସଫଳତାର ସହିତ ଭିଜିଲାନ୍ସ ଲାଞ୍ଚ ନେବା ସମୟରେ ତାଙ୍କୁ ଧରିଛି। ଏହି ଘଟଣାରେ କଟକ ଭିଜିଲାନ୍ସ ପାଖରେ ଏକ ମାମଲା ରୁଜୁ କରାଯାଇ ବିଭୁଦତଙ୍କର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଥିବା ସନ୍ଦେହ କରି ଦୁଇଟି ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଉଛି।












Click it and Unblock the Notifications