ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ୱ ନିରୀକ୍ଷକ

ଭଦ୍ରକ: ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ୱ ନିରୀକ୍ଷକ । ଜମିର କିସିମ ପରିବର୍ତ୍ତନ କରିବା ପାଇଁ ନେଉଥିଲେ ଲାଞ୍ଚ । ଠିକ୍ ଏହି ସମୟରେ ମାଡିବସିଲା ଭିଜିଲାନ୍ସ । ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧିନ କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକ ଶରତ ଜେନା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦୁଆପଦା ରାଜସ୍ୱ ସର୍କଲ ଆର.ଆଇ ଶରତ ଜେନା ଅଣ୍ଢେଇପଲି ଖାନବାଡ଼ି ଅଞ୍ଚଳର ପ୍ରଶାନ୍ତ ଜେନାଙ୍କୁ ତାଙ୍କ ପୈତୃକ ଜମିର କିସମ ପରିବର୍ତ୍ତନ ଲାଗି ତଦନ୍ତ ରିପୋର୍ଟ ବାବଦକୁ ୯ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ । ଏ ସମ୍ପର୍କରେ ପୂର୍ବରୁ ପ୍ରଶାନ୍ତ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ସହ ଯୋଗାଯୋଗ କରିଥିଲେ ।

odisha vigilane

ଆଜି ଭଦ୍ରକ ତହସିଲଦାରଙ୍କ ଠାରେ ଉକ୍ତ କିସମ ପରିବର୍ତ୍ତନ ରିପୋର୍ଟ ଦାଖଲ ଲାଗି ଆର.ଆଇ ତାଙ୍କ କାର୍ଯ୍ୟାଳୟରେ ୯ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+