ଲାଞ୍ଚ ନେଉଥିବା ବେଳେ ଆରଆଇ-ଏଆରଆଇଙ୍କୁ ଉଠାଇନେଲା ଭିଜିଲାନ୍ସ

ସାନଖେମୁଣ୍ଡି : ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡାମାରି ରାଜସ୍ବ କାର୍ଯ୍ୟାଳୟରେ ରାଜସ୍ବ ବିଭାଗ କର୍ମଚାରୀ ଘର ବାରି ପଟ୍ଟା କରିବା ନାଁରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ । ଆରଆଇ ଆଦିତ୍ୟ ସେନାପତି ଓ ଏଆରଆଇ ଟୁଟୁ ସେଠୀଙ୍କୁ କାର୍ଯ୍ୟାଳୟରୁ ଭିଜିଲାନ୍ସ ଉଠାଇ ନେଇଥିବା ଜଣାପଡ଼ିଛି ।

ପୋଡ଼ାମାରି ଗ୍ରାମର ମନୋରଞ୍ଜନ ସାହୁଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଛନ୍ତି।

RI And ARI Caught Red Handed

ସୋମବାର ଅପରାହ୍ନ ପ୍ରାୟ ୫ ଟା ବେଳେ ଉଭୟେ ମନୋରଞ୍ଜନଙ୍କ ଘରବାରି ପଟ୍ଟା କରିଦେବୁ କହି ତାଙ୍କ ଠାରୁ ଟଙ୍କା ନେଉଥିବା ବେଳେ ସେମାନଙ୍କ ନିକଟରୁ ରାସାୟନିକ ଲେପ ବୋଳା ୫ ହଜାର ଟଙ୍କା ଭିଜିଲାନ୍ସ ଅଧିକାରୀ ମାନେ ଜବତ କରିଥିବା ଜଣାପଡିଛି। ଭିଜିଲାନ୍ସ ଟିମ୍ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଖାନ ତଲାସ କରି କିଛି ନଥିପତ୍ର ଜବତ କରିଛନ୍ତି। ଉଭୟଙ୍କୁ ଅଧିକା ପଚରା ଉଚୁରା ପାଇଁ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର କାର୍ଯ୍ୟାଳୟକୁ ଉଠାଇ ନେଇଥିବା ଖବର ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+