Revolution In Dairy Farming; ରାଜ୍ୟରେ ହେବ ଦୁଗ୍ଧ ବନ୍ୟା ମିଶନ; ଲୋକାଲ ଫର ଭୋକାଲର ଆହ୍ବାନ ଦେଲେ ଗୋକୁଳାନନ୍ଦ ମଲ୍ଲିକ

ରାଜ୍ୟରେ ଗୋପାଳନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ହେବ । ଏନେଇ ଖୁବଶୀଘ୍ର ହେବାକୁ ଯାଉଛି ଦୁଗ୍ଧ ବନ୍ୟା ମିଶନ । କେନ୍ଦ୍ରୀୟ ଯୋଜନା ଗିରିଧାରା ମିଶନରେ ଏନେଇ ଯୁବକ ଓ ମହିଳାମାନଙ୍କୁ ଗୋପାଳନ କ୍ଷେତ୍ରରେ ସ୍ବାବଲମ୍ବୀ ସହ ଉତ୍ପାଦନ କ୍ଷମତା ବୃଦ୍ଧି ଓ ଦେଶୀ ଜିନିଷ ବ୍ୟବହାର‌ ଉପରେ ଗୁରୁତ୍ବ ଦେବାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କିପରି ଗୋପାଳନ କ୍ଷେତ୍ରରେ ମହିଳା ଓ ଯୁବକମାନେ ସ୍ବାବଲମ୍ବୀ ହୋଇପାରିବେ ସେ ନେଇ ନୂଆ ଯୋଜନା ଲାଗୁ ହେବାକୁ ଯାଉଛି । ଦୁଗ୍ଧ ବନ୍ୟା ମିଶନରେ ଦେଶୀ ଗାଈ ପାଳନ ପାଇଁ ପ୍ରୋତ୍ସାହନ ଦେଉଛୁ । ଗାଈ ଚାଷ ପାଇଁ ଧ୍ୟାନ ଦିଆଯାଉଛି ଏନେଇ ଗୋପାଳନ ପ୍ରୋତ୍ସାହନ ରାଶି ମଧ୍ୟ ବୃଦ୍ଧି କରାଯାଇଛି ।

ଏଥିପାଇଁ ଦୁଇଟିରୁ ଅଧିକ ଗାଈକୁ ସବସିଡିରେ ଦେବାକୁ ପାଇଁ ମଧ୍ୟ ଯୋଜନା ହୋଇଛି, ଯାଦ୍ବାରା ଆତ୍ମନିର୍ଭର ବା ସ୍ବାବଲମ୍ବୀ ହେବା ପାଇଁ ଯେଉଁମାନେ ଚାହିଁବେ ଯୁବକମାନେ ବା ମହିଳାମାନେ ଆଗେଇ ଆସି ଏହାର ସୁବିଧା ନେବାକୁ । ଏପରିକି ଏସଏଚଜି (SHG) ଗ୍ରୁପ ଜରିଆରେ ମଧ୍ୟ ଏହି ଯୋଜନାକୁ ଲାଗୁ ପାଇଁ ବ୍ୟବସ୍ଥା ହେଉଛି ।

Dairy Farming

ଏସସି, ଏସଟି ଏବଂ ମହିଳା ଚାଷୀ ମାନଙ୍କୁ ୫୦ ପ୍ରତିଶତରୁ ପ୍ରୋତ୍ସାହନ ରାଶି ବୃଦ୍ଧି କରି ୭୦ ପ୍ରତିଶତ ଏବଂ ସାଧାରଣ ବର୍ଗଙ୍କୁ ୫୦ ପ୍ରତିଶତ ସବସିଡି ଯୋଗାଇଦେବାକୁ ସୁବିଧା ଦିଆଯାଉଛି । ଗାଈ ଅଧିକ ଦୁଗ୍ଧ ଦେବା ପାଇଁ ଘାସ ଚାଷ ବା ଫିଡର୍ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଉଛି । ଦୁଗ୍ଧ ଉତ୍ପାଦନ କ୍ଷମତା ବର୍ତ୍ତମାନ ୨୫୦୦ ଟନ ରହିଛି । ଏନେଇ ୫ ହଜାର ଟନକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରହିଛି । ଗାଈ ମାନଙ୍କୁ ପ୍ରୋଟିନ ଯୁକ୍ତ ଖାଦ୍ୟ ଓ ଯତ୍ନ ନେଲେ କିଭଳି ଉତ୍ପାଦନ କ୍ଷମତା ବୃଦ୍ଧି ହେବ ଓ ଯେଉଁ ମିଶନ ରହିଛି ତାହା ସଫଳ ହେବ ସେ ଦିଗରେ‌ ଧ୍ୟାନ ଦିଆଯାଉଛି । ଏନେଇ ପ୍ରତି ଗାଁରେ ସୋସାଇଟି ହେବ ।

ମିଲ୍କ ଷ୍ଟୋରେଜ ପାଇଁ ପ୍ରାଧାନ୍ୟ ଦିଆଯିବ। ଏଥିପାଇଁ ଚାଷୀଙ୍କ ଦୁଗ୍ଧ କିଭଳି ସଠିକ ଭାବେ ଷ୍ଟୋରେଜ ସହ ଏନେଇ ଏହାକୁ ସହଜ ସାଧ୍ୟ ପାଇଁ ବ୍ଲକ ଲେଭେଲରେ ଭେଟେନାରି ଡ଼କ୍ଟର ଓ ପଞ୍ଚାୟତ ସ୍ତରରେ ଏଲଆଇ ଅଛନ୍ତି ସେମାନଙ୍କ ଓ ଜିଲ୍ଲା ସ୍ତରରେ ସିଡିଭିଓ ମାନେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନେଇ‌ ଏନେଇ‌ ବ୍ୟାଙ୍କର ମାନେ କିପରି ସହଜରେ ଲୋନ ଓ ସରକାରି ସବ୍ସିଡି ମିଳିପାରିବ ସେ ଦିଗରେ‌ ପ୍ରାଧନ୍ୟ ଦିଆଯାଉଛି ।

କେବଳ ସେତିକି ନୁହେଁ ଲୋକାଲ ଫର ଭୋକାଲକୁ ମଧ୍ୟ ଗୁରୁତ୍ବ ଦେବାକୁ ଆହ୍ବାନ କରିଛନ୍ତି ମନ୍ତ୍ରୀ । ଅର୍ଥାତ ସ୍ବଦେଶୀ ବ୍ୟବହାର ପାଇଁ ଓମଫେଡ ସାମଗ୍ରୀକୁ ଅଧିକ ବ୍ୟବହାର କରିବାକୁ ମଧ୍ୟ ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି ମନ୍ତ୍ରୀ । ଏନେଇ ଓମଫେଡ ପାର୍ଲର, ଡାଏରି ଆହୁରି ମଧ୍ୟ ଖୋଲିବା ପାଇଁ ଯୋଜନା ଚାଲିଛି । ମନ୍ତ୍ରୀ କହିଛନ୍ତି, 'ଗ୍ରାମାଞ୍ଚଳ ଖୋଲିବା ପାଇଁ ବ୍ୟବସ୍ଥା କରୁଛୁ । ଏନେଇ ଅଧିକ ଦୋକାନ ଖୋଲିବାର ପାଇଁ ମଧ୍ୟ ଯୁବକ ମାନଙ୍କୁ ଆହ୍ବାନ କରୁଛୁ । ଓମଫେଡର ପ୍ରଡକ୍ଟ ୧୮ରୁ ୨୦ ପ୍ରକାର ବାହାର କରିଛୁ । ଓମଫେଡ ଘିଅ ମଧ୍ୟ ଜଗନ୍ନାଥ ସେବାରେ ଲାଗୁଛି ।' କ୍ବାଲିଟି ମଧ୍ୟ ଭଲ ରହିଛି ତେଣୁ ସ୍ବଦେଶୀ ବ୍ୟବହାର ପାଇଁ ଆପଣାନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+