ମହାବାତ୍ୟାକୁ 23 ବର୍ଷ , ଏବେବି ମନରୁ ଲିଭିନି ସେହି କାଳରାତିର ଦୃଶ୍ୟ
1999 ମହାବାତ୍ୟା କହିଲେ ଏବେ ବି ସେହି ପୁରୁଣା କାଳରାତିର ସ୍ମୃତି ତାଜା ହୋଇଯାଏ । ଆଜି କୁ 23 ବର୍ଷ ତଳେ ଏହି ବିନାଶକାରୀ ମହାବାତ୍ୟାରେ ଛାରଖାର ହୋଇଯାଇଥିଲା ରାଜ୍ୟର ଉପକୂଳ ଅଞ୍ଚଳ ।
ଭୁବନେଶ୍ୱର: 1999 ମହାବାତ୍ୟା କହିଲେ ଏବେ ବି ସେହି ପୁରୁଣା କାଳରାତିର ସ୍ମୃତି ତାଜା ହୋଇଯାଏ । ଆଜି କୁ 23 ବର୍ଷ ତଳେ ଏହି ବିନାଶକାରୀ ମହାବାତ୍ୟାରେ ଛାରଖାର ହୋଇଯାଇଥିଲା ରାଜ୍ୟର ଉପକୂଳ ଅଞ୍ଚଳ । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲା । କିଏ ନିଜ ପରିବାର ହରାଇଥିଲା ତ କିଏ ଭୋକ ଉପାସରେ ପ୍ରାଣ ହରାଇଥିଲା । ଅନେକ ନିଜ ଜୀବନ ବଞ୍ଚାଇବା ପାଇଁ ସାହାଯ୍ୟ ମାଗି ଲୁଟର ଶିକାର ହେବା ପରେ ମୃତ୍ୟୁ ମୁଖରେ ପଡିଥିଲେ । ନଦୀରେ ଭାସି ଭାସି ଏ ଜିଲ୍ଲାରୁ ସେ ଜିଲ୍ଲାକୁ ଚାଲିଆସିଥିଲା ଅନେକ ମୃତ ଶରୀର । ବାତ୍ୟା ଛାଡିବା ପରେ ପାଣିରେ ଭାସି ଆସିଥିବା ମୃତଶରୀର ପଚା ଗନ୍ଧ ରାଜ୍ୟବାସୀଙ୍କ ଦୁଃଖ ଆହୁରି ବଢାଇ ଦେଇଥିଲା ।

ମହାବାତ୍ୟାରେ ସରକାରୀ ମୃତ୍ୟୁ ସଂଖ୍ୟା 9,885 ଲୋକ ଥିବାବେଳେ ଅଣସରକାରୀ ସୂତ୍ରରୁ ଆକଳନ କରାଯାଇଛି ଯେ ଏହି ସଂଖ୍ୟା 50 ହଜାରରୁ ଅଧିକ ହେବ । ଆନୁମାନିକ 1,500 ପିଲା ନିଜର ମାତାପିତାଙ୍କୁ ହରାଇଥିବା ବେଳେ ମୋଟ ମୃତାହତଙ୍କ ମଧ୍ୟରୁ କେବଳ ଜଗତସିଂପୁର ଜିଲ୍ଲାରେ 8,119 ଲୋକ ଥିଲେ। ଏହି ଝଡ଼ରେ 7,505 ଜଣ ଆହତ ହୋଇଥିଲେ। ବାତ୍ୟା ଫଳରେ ଭୁବନେଶ୍ବର ବିମାନବନ୍ଦର ମଧ୍ୟ ବନ୍ଦ ରହିଥିଲା। ବାତ୍ୟାର ପ୍ରକୋପ କମିବା ପରେ ନଭେମ୍ବର 2 ତାରିଖରେ ପୁନଃ କାର୍ଯ୍ୟ ଆରମ୍ଭ କରିଥିଲା ବିମାନବନ୍ଦର। ଅନେକ ଦିନ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା ।
"1999 ସୁପର ସାଇକ୍ଲୋନ୍ ସମଗ୍ର ଓଡ଼ିଶାକୁ ଧ୍ୱଂସ କରିଦେଇଥିଲା ଯେଉଁଠାରେ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ପ୍ରିୟଜନଙ୍କୁ ହରାଇଥିଲେ। ମୁଁ ସେହି ଶୋକସନ୍ତପ୍ତ ପରିବାରମାନଙ୍କୁ ସମବେଦନା ଜଣାଉଛି । ଗତ 23 ବର୍ଷ ମଧ୍ୟରେ ଅନେକ ବିକାଶ ଘଟିଛି । ଏଭଳି ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଭିତ୍ତିଭୂମି ନିର୍ମାଣ କରିଛନ୍ତି ବୋଲି ପାରାଦୀପ ମ୍ୟୁନିସିପାଲିଟି ଅଧ୍ୟକ୍ଷ ବସନ୍ତ କୁମାର କହିଛନ୍ତି।












Click it and Unblock the Notifications