Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା; ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ଵ

ସଂପ୍ରତି ରାଜ୍ୟରେ ଗ୍ରୀଷ୍ଠ ପ୍ରବାହ ଜାରି ରହିଥ‌ିବାରୁ ବିଶେଷ କରି ବିଭିନ୍ନ ସ୍ଥାନରେ ଦେଖାଦେଉଥ‌ିବା ପାନୀୟ ଜଳ ସମସ୍ୟାର ସମାଧାନ କରି ଜନସାଧାରଣଙ୍କୁ ଜଳ ଯୋଗାଣ କରିବା ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ବିଭିନ୍ନ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି ।

ଲୋକ ସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ନଗର ଉନ୍ନୟନ ଓ ସହରାଂଚଳ ବିକାଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥ୍ ଭାଥାନନ୍, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ଅର୍ଥ ବିଭାଗ ତଥା ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଆଶ୍ବତୀ ଏସ୍, ଓସଡମାର ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧ‌ିକାରୀ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଜ୍ଞାନ ଦାସ ପ୍ରମୁଖ ଉପସ୍ଥିତ ଥ‌ିବା ବେଳେ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

water supply

ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ରାଜ୍ୟରେ ଗ୍ରୀଷ୍ଣ ଲହରୀ ଜାରି ରହିଥ‌ିବାରୁ ସତର୍କତା ମୂଳକ ବିଭିନ୍ନ ପଦକ୍ଷେପ ନେବାକୁ ଜିଲ୍ଲାପାଳ ତଥା ସଂପୃକ୍ତ ବିଭିନ୍ନ ବିଭାଗମାନଙ୍କୁ ପରାମର୍ଶ ଦେଇଛନ୍ତି । ଅତ୍ୟନ୍ତ ଗ୍ରୀଷ୍ଣ ପ୍ରବାହ ଦୃଷ୍ଟିରୁ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ହେଉଥ‌ିବା ଦୀର୍ଘ ସମୟ ଧରି ସାଧାରଣ ସଭା ଖୋଲା ସ୍ଥାନରେ ନକରିବାକୁ ପରାମର୍ଶ ଦେଇଛନ୍ତି । ଦିନବେଳା ଅଧ‌ିକ ତାପମାତ୍ରା ଓ ଗୁଳୁଗୁଳି ହେଉଥ‌ିବାରୁ ରାଜନୈତିକ ଦଳ ମାନେ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ମାର୍ଗଦର୍ଶିକା ସଠିକ୍ ଭାବେ ଅନୁପାଳନ କରନ୍ତୁ । ଶ୍ରମ ବିଭାଗ ନିର୍ଦ୍ଦେଶନାମା ଅନୁସାରେ ପୂର୍ବାହ୍ଣ ୧୧ଟାରୁ ଅପରାହ୍ନ ୩.୩୦ ମଧ୍ୟରେ ଯେପରି ଶ୍ରମିକମାନେ ଅତ୍ୟଧ‌ିକ ଖରାରେ କାର୍ଯ୍ୟ ନ କରନ୍ତି, ସେଥ୍ ପ୍ରତି ବିଭିନ୍ନ ବ୍ୟବସ୍ଥାରେ ତଦାରଖ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ସବୁ ସ୍ଥାନରେ ଜଳଛତ୍ର କାର୍ଯ୍ୟକ୍ଷମ ହେବା ନିଶ୍ଚିତ କରାଇବାକୁ କହିଛନ୍ତି ।

ପାନୀୟ ଜଳ ସମସ୍ତଙ୍କ ପାଇଁ ପ୍ରାଥମିକ ଆବଶ୍ୟକତା । ନିର୍ବାଚନ ଆଦର୍ଶ ଆଚରଣ ବିଧ୍ ଦୃଷ୍ଟିରୁ ବିନା ବ୍ୟାନରରେ କୌଣସି ପ୍ରଚାର ଉଦ୍ଦେଶ୍ୟରେ ବ୍ୟାନର ବା ଫଟୋ ନ ରଖ୍ ଜଳଛତ୍ର ପରିଚାଳନା କରିବାକୁ ସେ ପରାମର୍ଶ ଦେଇଛନ୍ତି । ବିଭିନ୍ନ ରାସ୍ତାରେ ସ୍ଥାନେ ସ୍ଥାନେ ଲୋକମାନେ ଯେପରି ପାଣି ପାଇବେ, ସେଥ‌ିପାଇଁ ନଗର ଉନ୍ନୟନ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପରାମର୍ଶ ଦେଇଛନ୍ତି । ଯାତ୍ରୀବାହୀ ବସ, ମୋ ବସ୍ ଆଦିରେ ଯାତ୍ରା କରୁଥିବା ବସରେ ପ୍ରାଥମିକ ଚିକିତ୍ସା ବାକ୍ସ ସହ ଆବଶ୍ୟକ ଜରୁରୀ କାଳୀନ ସ୍ଥିତି ପାଇଁ ପାନୀୟ ଜଳ, ଓଆରଏସ୍ ପ୍ୟାକେଟ୍ ରଖାଯାଉ । ବିଡିଓ, ତହସିଲଦାର, ଉପ-ଜିଲ୍ଲାପାଳ ଆଦି ଅଧିକାରୀମାନେ ବସରେ ଏସବୁ ଅଛିକି ନାହିଁ ଅଚାନକ ପାଂଚ କରନ୍ତୁ । ବସରେ ଗଲାବେଳେ କୌଣସି ଯାତ୍ରୀ ଅସୁସ୍ଥ ହୋଇପଡିଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ନିକଟରେ ବସ ଅଟକାନ୍ତୁ ଓ ସେଠାରେ ଅଧ‌ିକ ଚିକିତ୍ସା ପାଇଁ ଅସୁସ୍ଥ ବ୍ୟକ୍ତିଙ୍କୁ ଛାଡି ପାରିବେ । ଏ ସଂପର୍କରେ ବସ ଡ୍ରାଇଭର, କଣ୍ଡକ୍ଟର ଓ ବସ ମାଲିକଙ୍କୁ ଅଧ‌ିକ ସଚେତନ କରାଯାଉ । ବିଭିନ୍ନ ଆପାର୍ଟମେଣ୍ଟ ନିର୍ମାଣସ୍ଥଳରେ ଆବଶ୍ୟକ ଓଆରଏସ୍. ପାନୀୟଜଳ ଆଦି ରହୁଛି କି ନାହିଁ, ତାହା ତଦାରଖ କରାଯାଉ । ବିଭିନ୍ନ ଡାକ୍ତରଖାନାରେ ଅଂଶୁଘାତ ମୁକାବିଲା ନିମନ୍ତେ ଶଯ୍ୟା ପ୍ରସ୍ତୁତି ପାଂଚ କରି ଜିଲ୍ଲାପାଳମାନେ ପ୍ରସ୍ତୁତି ସଠିକ୍ ରହିଛି କି ନାହିଁ, ତାହା ଅନୁଧ୍ୟାନ କରିବେ ।

ହସ୍ପିଟାଲରେ ଜେନେରେଟର ସେଟ୍ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ମାନଙ୍କରେ ନିର୍ଘଣ୍ଟ କରାଯାଇଥିବା ସମୟ ଅନୁସାରେ ଛାତ୍ରଛାତ୍ରୀମାନେ ପାଣି ପିଇବା, ବିଦ୍ୟାଳୟରେ ଓଆରଏସ୍ ପ୍ୟାକେଟ୍ ଉପଲବ୍ଧ ହେବା ସହ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହିତ ନିୟମିତ ସ୍ଥିତି ଆଂଚ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଛତା, ଆବଶ୍ୟକ ସ୍ଥଳେ ତଉଲିଆ ଓ ପାଣି ବୋତଲ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି । ମା' ମାନଙ୍କୁ ଏଥିପାଇଁ ସଚେତନ କରିବାକୁ କୁହାଯାଇଛି । ବିଭିନ୍ନ ଜିଲ୍ଲାରୁ ପାନୀୟ ଜଳ ସମସ୍ୟା ନେଇ ଟ୍ଵିଟର ବା ସାମାଜିକ ଗଣମାଧ୍ୟମରେ ଯେଉଁ ଅଭିଯୋଗ ଆସୁଛି, ତାହାକୁ ଗୁରୁତର ସହ ନେଇ ପାନୀୟ ଜଳ ବ୍ୟବସ୍ଥା କରିବାକୁ ସେ ପଂଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟ ପକ୍ଷରେ ପଂଚାୟତିରାଜ ବିଭାଗ ତରଫରୁ ପାନୀୟ ଜଳ ବ୍ୟବସ୍ଥା ସଂପର୍କରେ ନିଆଯାଇଥ‌ିବା ବିଭିନ୍ନ ବ୍ୟବସ୍ଥା ସଂପର୍କରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୂଚନା ପ୍ରଦାନ କରିଥିଲେ । ସେହିପରି ଗୃହପାଳିତ ପଶୁ ଓ ପକ୍ଷୀମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରିବାକୁ ବ୍ୟବସ୍ଥା ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳମାନେ ସାଧାରଣ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ରହୁଥ‌ିବା ସତ୍ତ୍ଵେ ମନୁଷ୍ୟର ବଂଚି ରହିବା ପାଇଁ ପ୍ରମୁଖ ଆବଶ୍ୟକତା ପାନୀୟ ଜଳ ଭଳି ମାନବିକତା ସଂପର୍କିତ ପ୍ରସଙ୍ଗ ଉପରେ ଜିଲ୍ଲାପାଳମାନେ ପ୍ରତିଦିନ କିଛି ସମୟ ସମୀକ୍ଷା କରି ସମସ୍ୟାର ସମାଧାନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ପାନୀୟ ଜଳ ଯୋଗାଣ ପାଇଁ ବିଦ୍ୟୁତ୍ ସରବରାହ ଯେପରି ବ୍ୟାଘାତ ନଘଟେ, ସେଥ‌ିପାଇଁ ବିଦ୍ୟୁତ୍ ବିତରଣ କମ୍ପାନୀ(ଡିସକମ) ସହିତ ନିୟମିତ ବୈଠକ କରି ସମସ୍ୟାର ସମାଧାନ କରାଯାଉଥ‌ିବା ସଂପର୍କରେ ଶକ୍ତି ବିଭିଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ପ୍ରକାଶ କରିଥିଲେ । ସେହିପରି ଗ୍ରୀଷ୍ଣ ପ୍ରବାହ ଦୃଷ୍ଟିରୁ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ମତଦାନ ଗଣନା କେନ୍ଦ୍ର ପ୍ରକୋଷ୍ଠରେ ଶତାଧ‌ିକ ଅଧିକାରୀ, ପୋଲିଂ ଏଜେଣ୍ଟମାନେ ନିୟୋଜିତ ହେବାକୁ ଥ‌ିବା ଦୃଷ୍ଟିରୁ ସେଠାରେ ଯେପରି ବିଦ୍ୟୁତ୍ ସରବରାହ ବ୍ୟାଘାତ ନଘଟେ, ସେଥ୍ୟପ୍ରତି ଦୃଷ୍ଟି ଦେବା, ଡିଜି ସେଟ୍ ରଖାଯିବା, ଓଆରଏସ୍ ପ୍ୟାକେଟ୍ ଓ ଯଥେଷ୍ଟ ପାନୀୟ ଜଳ ରଖାଯିବା ପ୍ରତି ସେ ଗୁରୁତ୍ବାରୋପ କରିଛନ୍ତି । ଗ୍ରୀଷ୍ଠ ପ୍ରବାହ ବା ଅଂଶୁଘାତ ଜନିତ କୌଣସି ପ୍ରକାର ଅଘଟଣର ତ୍ବରିତ ମୁକାବିଲା କରିବାକୁ ଜିଲ୍ଲାପାଳମାନେ ପ୍ରସ୍ତୁତ ରହି । ତଦନୁସାରେ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆବଶ୍ୟକ ସମୟରେ ଆଶା, ଅଂଗନବାଡୀ କର୍ମୀମାନେ ବିନା ମୂଲ୍ୟରେ ଯେପରି ଓଆରଏସ୍ ଯୋଗାଇଦେବେ, ସେଥ୍ୟପ୍ରତି ବ୍ୟବସ୍ଥା କରିବାକୁ କହିଛନ୍ତି । ପ୍ରଚଣ୍ଡ ରୌଦ୍ରତାପରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ଦୃଷ୍ଟିରୁ ସ୍ଥାନୀୟ ସ୍ଵେଚ୍ଛାସେବୀଙ୍କ ସହାୟତାରେ ସମ୍ଭାବ୍ୟ ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଯେଉଁସ୍ଥାନରେ ଜଳ ଉତ୍ସରେ ପାଣିର ଅଭାବ ରହିଛି, ସେସବୁ ଅଂଚଳର ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ବିଦ୍ୟାଳୟମାନଙ୍କରେ ଅଦ୍ୟାବଧୂ ନଳକୁପଗୁଡିକର ମରାମତି ଆବଶ୍ୟକତା ରହିଛି, ତାହାକୁ ପଂଚାୟତିରାଜ ବିଭାଗ ସହାୟତାରେ ତ୍ଵରିତ ସଚଳ କରାଯିବା ଆଦି ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+