ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଆଦୌ ଭୟଭୀତ ହେବାର ଆଶଙ୍କା ନାହିଁ

ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି ବୋଲି କହିଲେ ରାଜସ୍ବ ମନ୍ତ୍ରୀ । ପରିସ୍ଥିତି ସୁଧୁରୁଛି, ଧିରେଧିରେ ପାଣି କମିବ ।ଆଦୌ ଭୟଭୀତ ହେବାର ଆଶଙ୍କା ନାହିଁ । ମୟୂରଭଞ୍ଜ ଓ ବାଲେଶ୍ବରକୁ ରେଡ୍ ଆଲର୍ଟ ରହିଛି । ତଳମୁଣ୍ଡରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ବର୍ଷା ପାଣି ସହ ଝାଡ଼ଖଣ୍ଡର ଡ୍ୟାମରୁ ପାଣି ଆସୁଛି ।

suresh pujari
ଝାଡ଼ଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ଅଛୁ । ସୁବର୍ଣ୍ଣରେଖାରେ ଜଳସ୍ତର ଧିରେଧିରେ ବଢୁଛି । ତଳିଆ ଅଞ୍ଚଳର ଲୋକଙ୍କୁ ରିଲିଫ୍ ସେଣ୍ଟର୍‌ରେ ରଖାଯାଇଛି ।କଟକରୁ ୨ଟି ଓଡ୍ରାଫ୍ ଟିମ୍ ବାଲେଶ୍ବର ଯିବେ। ଆଉ ଏକ ଲଘୁଚାପ ଅଛି, ତା' ଉପରେ ନଜର ରହିଛି । ବିଭିନ୍ନ ଜାଗାରେ ଘାଇ ସୃଷ୍ଟି ହୋଇଛି । ବ୍ୟାପକ ଚାଷ, ପନିପରିବା ଫସଲ ନଷ୍ଟ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଜଳ ସମ୍ପଦ ବିଭାର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ ସୁବର୍ଣ୍ଣରେଖାର ରାଜଘାଟରେ ଜଳସ୍ତର ବଢୁଛି । ଏଠାରେ ବିପଦ ସଙ୍କେତ ୧୦ ଦଶମିକ ୩୬ ଥିବା ବେଳେ ସକାଳ ୯ଟା ସୁଦ୍ଧା ଜଳସ୍ତର ରହିଛି ୧୧ ଦଶମିକ ୫୨ । ଦିନ ୧୨ଟା ବେଳକୁ ଜଳସ୍ତର ୧୧ ଦଶମିକ ୭ରେ ପହଞ୍ଚିପାରେ ।

ଏହା ପରେ ଧୀରେ ଧୀରେ ଜଳସ୍ତର କମିବ । ସେହିପରି ବୁଢାବଳଙ୍ଗ ଏନ୍‌ଏଚ୍-୫ରେ ବିପଦ ସଙ୍କେତ ୮ ଦଶମିକ ୧୩ ଥିବା ବେଳେ ଏବେ ଜଳସ୍ତର ୭ ଦଶମିକ ୨୦ ରହିଛି । ସେହିପରି ଜଳକା ମଥାନୀଠାରେ ବିପଦ ସଙ୍କେତ ୬ ଦଶମିକ ୫୦ ଥିବା ବେଳେ ଏବେ ୬ ଦଶମିକ ୮୪ ମିଟର ଜଳସ୍ତର ରହିଛି । ଏସବୁ ସ୍ଥାନରେ ଜଳସ୍ତର ଧୀରେ ଧୀରେ କମୁଥିବା ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି । ୨୪ ଘଣ୍ଟା ବହୁତ ଗୁରୁତ୍ବପୂର୍ଣ୍ଣ । ପରେ ବର୍ଷା ଉପରେ ଜଳସ୍ତର ନିର୍ଭର କରିବ ବୋଲି ସେ ସୂଚନା ଦେଇଛନ୍ତି । ଏପଟେ ବାଲେଶ୍ବର ତଳିଆ ଅଞ୍ଚଳରେ ପଶିଲା ପାଣି । ବସ୍ତା, ଜଳେଶ୍ବରରେ ଅନେକ ଗାଁ ଜଳମଗ୍ନ। ଘର, ବାହାରେ ସବୁଆଡ଼େ ପାଣି। ସେପଟେ ମୟୁରଭଞ୍ଜ କପ୍ତିପଦାରେ ବନ୍ୟା ସ୍ଥିତି ଉପୁଜିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+