ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ...
ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ପ୍ରତିକ୍ରିୟା। ହାଇକୋର୍ଟ ବେଞ୍ଚ୍ ପାଇଁ ଯଶବନ୍ତ ସିଂହ କମିଶନ ମାପଦଣ୍ଡ ସ୍ଥିର କରିଛନ୍ତି । କେଉଁଠି ବେଞ୍ଚ୍ ହେବ ଓକିଲ ସଂଘ ନିଜ ଭିତରେ ଆଲୋଚନା କରି ସ୍ଥିର କରନ୍ତୁ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ହାଇକୋର୍ଟ ବେଞ୍ଚ୍ କେଉଁଠି ସ୍ଥାପନ ହେବ ସ୍ଥିର କରନ୍ତୁ । ଏନେଇ କେନ୍ଦ୍ର ସରକାରଙ୍କୁ ଏକ ସମନ୍ବିତ ପ୍ରସ୍ତାବ ଦେବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ଏଣେ ସମ୍ବଲପୁରଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ କହିଛନ୍ତି, ମହାରାଷ୍ଟ୍ରକୁ ମିଳିଛି ଆଉ ଏକ ହାଇକୋର୍ଟ ବେଞ୍ଚ । କୋହ୍ଲାପୁରରେ ଏହି ବେଞ୍ଚ ପ୍ରତିଷ୍ଠା ହେବ। ଆସନ୍ତା ଅଗଷ୍ଟ ୧୮ ତାରିଖରୁ କାର୍ଯ୍ୟକ୍ଷମ ହେବ। ବିଜେଡି ଏହାକୁ ସ୍ୱାଗତ କରୁଛି। ହେଲେ ଓଡ଼ିଶାରେ ଆଜି ଯାଏଁ ଏପରି ହେଲାନି । ପଶ୍ଚିମ ଓଡ଼ିଶାରୁ ଦଶନ୍ଧି ଦଶନ୍ଧି ଧରି ଏହି ଦାବି ହୋଇଆସୁଛି ।
ହେଲେ ଦୁର୍ଭାଗ୍ୟଜନକ କଥା ଯେ ସ୍ୱାଧୀନତାର ଏତେ ବର୍ଷ ପରେ ବି ଏହା ପୂରଣ ହେଲାନି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ବେଞ୍ଚ ପାଇଁ ଚିଠି ଲେଖିଥିଲେ। ଯଦି ମହାରାଷ୍ଟ୍ରର ବିଜେପି ସରକାର କୋହ୍ଲାପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ କରି ପାରିଲେ, ତାହେଲେ ଓଡ଼ିଶାରେ ବିଜେପି ସରକାର କାହିଁକି କରିଲେ ନାହିଁ?












Click it and Unblock the Notifications