ଧାଡ଼ିରେ ଛିଡ଼ା ହୋଇ ଆହାର କେନ୍ଦ୍ରରେ ଖାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ
ସମ୍ବଲପୁରରେ ଆହାର କେନ୍ଦ୍ରରେ ଖାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଜେଲ୍ ଛକ ନିକଟରେ ଥିବା ଆହାର କେନ୍ଦ୍ରରେ ସାଧାରଣ ଲୋକଙ୍କ ସହ ଆହାର ଭୋଜନ କରିଛନ୍ତି । ପ୍ରଥମେ ସାଧାରଣ ମଣିଷ ପରି ଲାଇନରେ ଛିଡା ହେବା ପରେ ସେ ଆହାର ଖାଇ ମାନ ପରୀକ୍ଷା କରିଛନ୍ତି ।

ନିଜ ଟିକେଟ କାଉଣ୍ଟର ଯାଇ ଟିକେଟ୍ ନେଇଥିଲେ ଓ ଟିକେଟ୍ ଦେଇ ଆହାର ଆଣି ଖାଇଥିଲେ । ଏହି ସମୟରେ ସେଠାରେ ଖାଦ୍ୟ ଖାଉଥିବା ଅନ୍ୟମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ପରେ ଆହର କେନ୍ଦ୍ରର କର୍ମଚାରୀଙ୍କୁ ମଧ୍ୟ ଆହାର ବଣ୍ଟନ ଓ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଛନ୍ତି ।












Click it and Unblock the Notifications