ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବାତ୍ୟା ସମୀକ୍ଷା; ପ୍ରାୟ ୧୫ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବାତ୍ୟା ସମୀକ୍ଷା। ପ୍ରାୟ ୧୫ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷକରି ଦକ୍ଷିଣାଞ୍ଚଳ ଓ ଉପକୂଳ ଜିଲ୍ଲାରେ ପ୍ରଭାବ ପଡ଼ିପାରେ। ଯଦି ବି ବାତ୍ୟା ଦିଗ ପରିବର୍ତ୍ତନ କରେ ତାହେଲେ ବି ପ୍ରସ୍ତୁତ।
ଜଳସମ୍ପଦ, ପଞ୍ଚାୟତିରାଜ, କୃଷି, ଶକ୍ତି ବିଭାଗକୁ ସଜାଗ କରିଛୁ'। 'ଅତୀତର ଅନୁଭୂତିକୁ ଦେଖି ସବୁ ପଦକ୍ଷେପ ନେଇଛୁ' । ଯଦି କେହି ପାଣିରେ ରୁହନ୍ତି, ରନ୍ଧା ଖାଦ୍ୟ ଯୋଗାଇବୁ ।

ଅନ୍ୟପଟେ, ଭୀଷଣ ବାତ୍ୟା 'ମୋନ୍ଥା' ପାଇଁ ପାରାଦୀପରେ ସତର୍କ ସୂଚନା ଜାରି କରାଯାଇଛି। ମାଇକ ଦାରା ସତର୍କ କରାଇଲେ ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ପୋଲିସ। ନେହରୁବଙ୍ଗଳା ଫିସିଂ ହାର୍ବର, ଅଠରବାଙ୍କି, ଷଣ୍ଢକୁଦରେ ପ୍ରଚାର ଯୋଗେ ସତର୍କ କରାଯାଇଛି। ନୂଆବଜାର, ଚୌମୁହାଣି ଅଞ୍ଚଳରେ ବି ମାଇକ ଦ୍ୱାରା ସତର୍କ କରାଯାଇଛି। ୨୯ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି ତୁରନ୍ତ କୂଳକୁ ଫେରି ଆସିବାକୁ ଅପିଲ କରାଯାଇଛି।












Click it and Unblock the Notifications