ବଡ ବୟାନ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ; ନୂଆ ବର୍ଷରୁ ପାର୍ଟ ପ୍ଲଟ ବିକ୍ରି
ପ୍ଲଟିଂକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ ବୟାନ ଆସିଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆସନ୍ତା ଜାନୁଆରୀ ମାସରୁ ପାର୍ଟ ପ୍ଲଟ ବିକ୍ରି ଆରମ୍ଭ ହୋଇଯିବ । ଏହାକୁ ନେଇ ବିଜେପି ସରକାର କାମ ଜାରି ରଖିଛି । ଆବଶ୍ୟକ ହେଲେ ରେରା ଆଇନରେ ମଧ୍ୟ ସଂଶୋଧନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି କି, ଜାନୁଆରୀ ମାସରୁ ପାର୍ଟ ପ୍ଲଟ ସେଲ ହେବ । ଏଥିପାଇଁ ୩୧ରେ ବୈଠକ ହେବ । ବୈଠକରେ ଏହାକୁ ନେଇ ଥିବା ଜଟିଳତା ଦୂର କରିବା ଦିଗରେ ପଦକ୍ଷେପ ନିଆଯିବ । ଦରକାର ହେଲେ ରେରା ଆଇନରେ ସଂଶୋଧନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଏଥିଲାଗି ରେରା କମିଟିକୁ କୁହାଯାଇଛିା ମନ୍ତ୍ରୀଙ୍କ କହିବା କଥା, ଆଇନରେ, ଶବ୍ଦ ସଂଯୋଜନାରେ ଅସୁବିଧା ରହିଛିା ବେଆଇନ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ହୋଇଛି । ୩୧ ଜିଲ୍ଲୀ ରେଜଷ୍ଟ୍ରର, ସବ ରେଜିଷ୍ଟ୍ରାରଙ୍କ ତାଲିକା ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇଛି ।












Click it and Unblock the Notifications