କାଳବୈଶାଖୀ କ୍ଷୟକ୍ଷତି ସମୀକ୍ଷା କଲେ ମନ୍ତ୍ରୀ ରାଜସ୍ବ ମନ୍ତ୍ରୀ; ଆଜି ମିଳିବ ଟଙ୍କା
କାଳବୈଶାଖୀ କ୍ଷୟକ୍ଷତି ସମୀକ୍ଷା କଲେ ମନ୍ତ୍ରୀ ରାଜସ୍ବ ମନ୍ତ୍ରୀ । ବାଙ୍ଗିରିପୋଷିରେ କ୍ଷୟକ୍ଷତି ସମୀକ୍ଷା କଲେ ମନ୍ତ୍ରୀ ସୁରେଶ ପୂଜାରୀ । ବାଙ୍ଗିରିପୋଷିରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ଯାହାର ଆଜି ସମୀକ୍ଷା କଲେ ମନ୍ତ୍ରୀ ସୁରେଶ ପୂଜାରୀ । କାଳବୈଶାଖୀ କ୍ଷତି ରିପୋର୍ଟ ମିଳିଛି, ଲୋକଙ୍କୁ ସମ୍ପୂର୍ଣ୍ଣ କ୍ଷୟକ୍ଷତି ଟଙ୍କା ମିଳିବ' ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଆଜି ଅନଲାଇନ୍ରେ ଟଙ୍କା ମିଳିବ କହିଲେ ସୁରେଶ ପୂଜାରୀ। ଯେଉଁମାନଙ୍କ ଆଧାର ଲିଙ୍କ୍ ନାହିଁ, ତାଙ୍କୁ ସିଧାସଳଖ ଟଙ୍କା ମିଳିବ ।

ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ୨ ଦିନ ଧରି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ ୧୨୩.୪ ମି.ମି. ବର୍ଷା ରେକର୍ଡ ହୋଇଥିବାବେଳେ ବାଲେଶ୍ୱରରେ ୩୩.୪ ମି.ମି., ରାଉରକେଲାରେ ୩୦.୬ ମି.ମି., ଅନୁଗୋଳରେ ୨୩ ମି.ମି., କଟକରେ ୨୧.୨ ମି.ମି., ତାଳଚେରରେ ୧୭.୮ ମି.ମି. ବର୍ଷା ହୋଇଛି। ଭୁବନେଶ୍ୱରରେ ମଧ୍ୟ ଶନିବାର ଦିନସାରା କୋହଲା ପାଗ ସହ ଝିପିଝିପି ବର୍ଷା ଲାଗିରହିଛି। ଏଠାରେ ୩ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ ଆସନ୍ତା ୩ ଦିନ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଜଗତ୍ସିଂହପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼ ଓ ସୁନ୍ଦରଗଡ଼ ଆଦି ଜିଲାରେ ବିଜୁଳି ଏବଂ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ରହିଛି। ଏହି ଜିଲାଗୁଡ଼ିକରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବାବେଳେ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବହିପାରେ। ସେହିପରି ଅନ୍ୟ ୧୪ ଜିଲାକୁ ୟେଲୋ ଓ୍ବାର୍ନିଂ ରହିଛି।
ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ଦୁଇଦିନରେ ୮ ଡିଗ୍ରୀ କମିଛି। ଏହାପୂର୍ବରୁ ରାଜ୍ୟରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍ ନିକଟବର୍ତ୍ତୀ ହୋଇଥିବାବେଳେ ପାଣିପାଗ ସ୍ଥିତିରେ ଏପରି ହଠାତ୍ ପରିବର୍ତ୍ତନ ଆଶ୍ୱସ୍ତି ଦେଇଛି। ଶନିବାର ଭବାନୀପାଟଣାରେ ଦିନ ତାପମାତ୍ରା ସର୍ବାଧିକ ୩୫.୫ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବାବେଳେ ସର୍ବନିମ୍ନ ତାପମାତ୍ରା କେନ୍ଦୁଝରଗଡ଼ରେ ୧୬.୧ ଡିଗ୍ରୀ ସେଲସିୟସ୍ ରହିଥିଲା।












Click it and Unblock the Notifications