ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ; କହିଲେ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ
ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଛି। ଏହାଦ୍ୱାରା କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର ଆଦି ଜିଲ୍ଲା ପ୍ରଭାବିତ ହୋଇଛି। ତେବେ ବନ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲୁ ରଖିଛି ବୋଲି କହିଛନ୍ତି ରାଜସ୍ୱ
ଭୁବନେଶ୍ୱର: ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଛି। ଏହାଦ୍ୱାରା କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର ଆଦି ଜିଲ୍ଲା ପ୍ରଭାବିତ ହୋଇଛି। ତେବେ ବନ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲୁ ରଖିଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ମନ୍ତ୍ରୀ ମଲ୍ଲିକ କହିଛନ୍ତି, ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଲାଗି ରହିଥିବା ବେଳେ ପରିସ୍ଥିତି ଦେଖି ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ପଦକ୍ଷେପ ନେବାକୁ ତୁରନ୍ତ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପାଣି ଘେରରେ ଫସିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର ପାଇଁ ପ୍ରଚେଷ୍ଠା ଜାରି ରହିଛି। ସ୍କୁଲ, କଲେଜ ତଥା କଲ୍ୟାଣ ମଣ୍ଡପରେ ସେମାନଙ୍କ ରହିବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ଏଥିସହ ସେମାନଙ୍କୁ ରନ୍ଧା ଖାଦ୍ୟ ସହ ମେଡିସିନ, ପାନୀୟ ଜଳ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି।
ସେପଟେ ବନ୍ୟାଜଳର ପିକ୍ ମୁଣ୍ଡଳି ଅତିକ୍ରମ କରି ସାରିଛି । ସମୁଦ୍ରକୁ ଯିବାକୁ ୨୪ ଘଣ୍ଟା ଲାଗିବ । ତେଣୁ ଆଗାମୀ ୨୪ ଘଣ୍ଟା ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି SRC ପ୍ରଦୀପ ଜେନା । ଏବେ ସୁଦ୍ଧା ବନ୍ୟା କାରଣରୁ ୪ଟି ଘାଇ ହୋଇଛି । ଆଜି ଗୋପର ଖଣ୍ଡ୍ରୁଆକୁଦ ଓ ରାହାମର ତେରମାଣପୁର ଘେରିବନ୍ଧରେ ଘାଇ ହୋଇଛି । ଅନ୍ୟ ସବୁ ସ୍ଥାନରେ ବନ୍ୟା ଜଳ ପଶି ଯାତାୟତକୁ ପ୍ରଭାବିତ କରିଛି । ସ୍ଥିତିରେ ସୁଧାର ଆସିଲେ ତୁରନ୍ତ ଘାଇକୁ ବନ୍ଦ କରାଯିବ ବୋଲି ଏସଆରସି କହିଛନ୍ତି ।












Click it and Unblock the Notifications