ଆକ୍ସନ ମୁଡ଼ରେ ରାଜସ୍ବ ମନ୍ତ୍ରୀ ; ଜଳ କର ନେଲେ ହେବ କାର୍ଯ୍ୟନୁଷ୍ଠାନ, ମନ୍ତ୍ରୀ
ଜଳକର ବକେୟା ରଖିଥିଲେ ହେବ କାର୍ଯ୍ୟାନୁଷ୍ଠାନ । ହୀରାକୁଦ ଜଳଭଣ୍ଡାରରୁ ଜଳ ନେଇ ଅନେକ କଳକାରଖାନା ବକେୟା ରଖିଥିବା ଅଭିଯୋଗ ହୋଇଛି । ଏହାପରେ ଜଳକର ଆଦାୟ ନେଇ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ଯଦି ସାଧାରଣ ଚାଷୀ ଜଳକର ଦେଉଛି ତେବେ ବଡ ବଡ କମ୍ପାନୀ କାହିଁକି ଜଳକର ଦେବେ ନାହିଁ ବୋଲି ଆଜି ବୁର୍ଲା ଗସ୍ତ ସମୟରେ ପ୍ରତିକ୍ରିୟା ରଖି କହିଛନ୍ତି ରାଜସ୍ୱମନ୍ତ୍ରୀ। ଏହା ସହ ବେଦାନ୍ତର ବେଆଇନ ଆସ୍ ଡମ୍ପିଂ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ରାଜସ୍ୱମନ୍ତ୍ରୀ କହିଛନ୍ତି।
ବେଦାନ୍ତକୁ ୭୨ କୋଟି ଟଙ୍କା ପ୍ରଦୂଷଣ ବିଭାଗ ଫାଇନ କରାଯାଇଥିବାବେଳେ ଆଗକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି।












Click it and Unblock the Notifications