ମକ୍ ଡ୍ରିଲ୍ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ସମସ୍ତେ ସଜାଗ ରୁହ
ଆଗକୁ ଗାଁରେ ବି ହେବ ମକଡ୍ରିଲ । ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସୁରେଶ ପୂଜାରୀ । କାଲି ଅପରାହ୍ନ ୪ଟାବେଳେ ବାଜିବ ମକଡ୍ରିଲ୍ ସାଇରନ୍ । ଏ ସମ୍ପର୍କରେ ଅବଗତ କରାଇଛନ୍ତି, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ । କାଲିଠୁ ପର୍ଯ୍ୟାୟ କ୍ରମେ ସପ୍ତାହେ ଧରି କାର୍ଯ୍ୟକ୍ରମ ଚାଲିବ । ବୁଧବାର ଉପକୂଳବର୍ତ୍ତୀ ଜିଲ୍ଲା, ସହରାଞ୍ଚଳରେ ହେବ ମକ୍ ଡ୍ରିଲ୍ ।

ଶତ୍ରୁପକ୍ଷ ବିମାନ ଆକ୍ରମଣ କଲେ କ'ଣ କରାଯିବ ଜଣାଇଦିଆଯିବ । ମକ ଡ୍ରିଲ ଆରମ୍ଭ ପୂର୍ବରୁ ପାଖାପାଖି ୫ ମିନିଟ୍ ଧରି ସାଇରନ୍ ବାଜିବ । ଏହାପରେ ଯାଇ ମକ୍ ଡ୍ରିଲ୍ ଆରମ୍ଭ କରାଯିବ । ମକ ଡ୍ରିଲ୍ ସରିଲା ପରେ ଆଉ ଥରେ ସାଇରନ୍ ବାଜିବ । ସାଧାରଣତଃ କଂକ୍ରିଟ ଛାତତଳେ ରହିବାକୁ ପରାମର୍ଶ ଦିଆଯିବ । ବସ୍ତି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଓଡ଼ିଶାର ୧୨ ଜିଲ୍ଲାରେ ମକଡ୍ରିଲ୍ କରାଯିବ ।












Click it and Unblock the Notifications