ରିଟର୍ଣ୍ଣିଙ୍ଗ ଅଧିକାରୀ - ସହକାରୀ ରିଟର୍ଣ୍ଣିଙ୍ଗ ଅଧିକାରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪କୁ ଶାନ୍ତଶୃଙ୍ଖଳାର ସହ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ରାଜ୍ୟର ସମସ୍ତ ରିଟର୍ଣିଙ୍ଗ୍ ଅଧିକାରୀ ଓ ସହକାରୀ ରିଟର୍ଣ୍ଣିଙ୍ଗ ଅଧୁକାରୀମାନଙ୍କ ନିମନ୍ତେ ପାଞ୍ଚଦିନିଆ ଦ୍ୱିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଭୁବନେଶ୍ୱରସ୍ଥ ଗୋଠପାଟଣାଠାରେ ଅବସ୍ଥିତ ରାଜସ୍ୱ ଅଧିକାରୀଙ୍କ ତାଲିମ ପ୍ରତିଷ୍ଠାନରେ ଜାନୁଆରୀ ୧୮ ତାରିଖଠାରୁ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିବା ଏହି ତାଲିମ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ୨୧୧ ଜଣ ରିଟର୍ଣ୍ଣିଙ୍ଗ ଓ ସହକାରୀ ରିଟର୍ଣ୍ଣିଙ୍ଗ ଅଧିକାରୀ ଭାଗ ନେଉଛନ୍ତି । ପ୍ରଥମ ଦିନରେ ମୁଖ୍ୟ ନିର୍ବାଚନ ଅଧୁକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ନିର୍ବାଚନ ପରିଚାଳନା ସଂପର୍କିତ ଯେକୌଣସି ପ୍ରଶ୍ନ ମନକୁ ଆସିଲେ ଦ୍ୱିଧାବୋଧ ନକରି ସନ୍ଦେହ ମୋଚନ ସହ ତାଲିମ କାର୍ଯ୍ୟକ୍ରମରୁ ସମାଧାନର ସୂତ୍ର ପାଇବା ନିମନ୍ତେ ଅଧୁକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅଧିକାରୀମାନଙ୍କୁ ନିର୍ବାଚନର ଆଦର୍ଶ ଅଚରଣବିଧ, ନିର୍ବାଚନ ଖର୍ଚ୍ଚର ତଦାରଖ, ପୋଷ୍ଟାଲ ବାଲାଟ, ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ଦାଖଲ ଏବଂ ନାମାଙ୍କନ ପତ୍ର ପ୍ରତ୍ୟାହାର, ନିର୍ବାଚନ ଚିହ୍ନ ଅନୁମୋଦନ, ଭୋଟ ଦିନର ସୁବ୍ୟବସ୍ଥା, ପୁଲିଙ୍ଗ ପାର୍ଟି ପରିଚାଳନା, ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ସୁବିଧାସୁଯୋଗ, ଭୋଟ ଗଣତି, ଇଭିଏମ୍ ଭିଭିପ୍ୟାଟ୍ ଓ ଭୋଟ ଫଳାଫଳ ଘୋଷଣା ସଂପର୍କରେ ବିସ୍ତୃତ ଭାବେ ତାଲିମ ପ୍ରଦାନ କରାଯିବ ।

Training Program

ଏହି ତାଲିମ ପ୍ରଦାନ କରିବା ନିମନ୍ତେ ଜାତୀୟ ସ୍ତରର ନିର୍ବାଚନ ତାଲିମ ପ୍ରଶିକ୍ଷକ ଆର୍ ରଘୁରାମ ଆୟା,ର୍ ପ୍ରମୋଦ କୁମାର ସାହୁ, ସବ୍ୟସାଚୀ ହୋତା, ଧରଣୀଧର ନନ୍ଦ, ସଞ୍ଜୀବିତା ରାୟ, ରୋଜାଲିନ୍ ଦାସ ଓ ପୁଲକ ଭଟ୍ଟାଚାର୍ଯ୍ୟ ପ୍ରମୁଖ ତାଲିମ ପ୍ରଦାନ କରିବେ ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧୁକାରୀ ଡ. ଏନ୍‌. ଥୁରୁମାଳାନାୟକ, ତାଲିମ ନୋଡାଲ ଅଧୁକାରୀ ତଥା ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ପ୍ରସାଦ ମହାନ୍ତି, ରୋଟିର ଯୁଗ୍ମ ନିର୍ଦ୍ଦେଶକ ବୈତୁରା ଦ୍ୱୀପ୍ ସହ କାର୍ଯ୍ୟକ୍ରମ ଅଧିକାରୀ (ତାଲିମ) ତଥା ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+