ସିବିଆଇ ଜାଲରେ ପୂର୍ବତନ ରେଳ ଅଧିକାରୀ, ଘରୁ ମିଳିଲା ୧୭ କେଜି ସୁନା

ସିବିଆଇ ଜାଲରେ ପୂର୍ବତନ ରେଳ ଅଧିକାରୀ, ଘରୁ ମିଳିଲା ୧୭ କେଜି ସୁନା

ଭୁବନେଶ୍ୱର: ସିବିଆଇ ଜାଲରେ ଅବସରପ୍ରାପ୍ତ ରେଳ ଅଧିକାରୀ । ପୂର୍ବତନ ରେଳ କର୍ମଚାରୀ ପ୍ରମୋଦ କୁମାର ଜେନାଙ୍କ ଘରୁ ମିଳିଲା ୧୭ କେଜି ସୁନା ଏବଂ ନଗଦ କୋଟିଏ ୫୭ ଲକ୍ଷ ଟଙ୍କା ସମେତ ଅନ୍ୟ ସଂପତ୍ତି ।

Pramod Kumar jena

୧୭ କେଜିର ସୁନା ଜବତ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ପୂର୍ବତନ ରେଳ କର୍ମଚାରୀ ପ୍ରମୋଦ କୁମାର ଜେନାଙ୍କ ଘରେ ଚଢାଉ କରିଥିଲା । ଚଢାଉ ବେଳେ ଆଶ୍ଚର୍ଯ୍ୟ କଲା ପରି ସମ୍ପତ୍ତି ଜବତ କରିଛି ସିବିଆଇ । ତାଙ୍କ ଘରୁ ନଗଦ ଏକ କୋଟି ୫୭ ଲକ୍ଷ ଟଙ୍କା, ବ୍ୟାଙ୍କ ଓ ପୋଷ୍ଟାଲ ଜମା ୨ କୋଟି ୫୦ ଲକ୍ଷ ଟଙ୍କା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ସିବିଆଇ ହାତରେ ଲାଗିଛି । ସେହିପରି ପ୍ରମୋଦ କୁମାର ଜେନାଙ୍କ ଘରୁ ୧୭ କେଜିର ସୁନା ଜବତ ହୋଇଛି ଯାହାର ମୂଲ୍ୟ ୮ କୋଟି ୫୦ ଲକ୍ଷ ବୋଲି ସୂଚନା ରହିଛି ।

ପ୍ରମୋଦ କୁମାର ଜେନା ୧୯୮୯ ମସିହାରେ ରେଲୱେରେ ଜଏନ କରିଥିଲେ ଏବଂ ୨୦୨୨ ମସିହାରେ ସେ ରେଲୱେର ପ୍ରିନିସିପାଲ ଚିଫ୍ ଅପରେସନ ମ୍ୟାନେଜର ପଦବୀରୁ ରିଟାଏଡ୍ ହୋଇଥିଲେ । ଭୁବନେଶ୍ୱର ସମେତ ଅନ୍ୟ ୬ଟି ସ୍ଥାନରେ ସିବିଆଇ ଚଢାଉ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+