ଶ୍ରୀମନ୍ଦିର କାର୍ଯ୍ୟାଳୟର ୩୨ କର୍ମଚାରୀଙ୍କୁ ବିଦା କଲେ ସରକାର , ଜାଣନ୍ତୁ କାରଣ
ଭୁବନେଶ୍ବର: ଶ୍ରୀମନ୍ଦିର କାର୍ଯ୍ୟାଳୟରେ କାର୍ଯ୍ୟରତ ୩୨ ଜଣ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର ବିଦା କରିଛନ୍ତି। ଏହି ୩୨ ଜଣଙ୍କୁ ନିଯୁକ୍ତି ମିଳିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ବିଦା କରିଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।
ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ, ପୂର୍ବ ସରକାରରେ ବାରମ୍ବାର ପୁନଃ ନିଯୁକ୍ତି ହେବା ଫଳରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନିଯୁକ୍ତି ସୁଯୋଗ ମଧ୍ୟ ଠପ୍ ହୋଇଯାଇଥିଲା। ଏବେ ଭାଜପା ସରକାର ଏ ନିଯୁକ୍ତି ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।
ସୂଚନା ମୁତାବକ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ପୁନଃ ନିଯୁକ୍ତିପ୍ରାପ୍ତ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀ ବିଦା ମୋଟ ୩୨ ଜଣ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କାଢିଲା ଶ୍ରୀମନ୍ଦିର ପ୍ରଶାସନା ଗତ ୧୦ ବର୍ଷରେ ଅନେକ ଅଧିକାରୀ ଅବସର ନେବା ପରେ ଓଏସଡି ଭାବେ ମିଳିଥିଲା ପୁନଃ ନିଯୁକ୍ତା ଶ୍ରୀମନ୍ଦିର ପାଇଁ ନିଆଯାଉଥିବା ଅନେକ ନିଷ୍ପତ୍ତିରେ ରହୁଥିଲା ଗୁରୁତ୍ଵପୂର୍ଣ୍ଣ ଭୂମିକା।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାଲଟିଥିଲା ଅବସରପ୍ରାପ୍ତ ଅଧିକାରୀଙ୍କ ଥଇଥାନ କେନ୍ଦ୍ରା ଅବସରପ୍ରାପ୍ତ ଅଧିକାରୀଙ୍କୁ କାହିଁକି ଏତେ ଅନୁକମ୍ପା ଦେଖାଉଥିଲେ ପୂର୍ବ ସରକାର ଏବେ ବି ନୀତିକାନ୍ତି କ୍ଷେତ୍ରରେ ଅବସରପ୍ରାପ୍ତ କର୍ମଚାରୀ କରୁଛନ୍ତି କାମା ଏବେ ଖାଲି ହେବାକୁ ଥିବା ପଦବିକୁ ଓଡ଼ିଶା ସବୋର୍ଡିନେଟ୍ ଷ୍ଟାଫ୍ କମିସନ ଜରିଆରେ ପୂରା କରିବାକୁ ସରକାରଙ୍କୁ ସୁପାରିସ ହୋଇଛି।












Click it and Unblock the Notifications