ସମ୍ବଲପୁରରୁ ହଟିଲା ଧାର୍ମିକ ଶୋଭାଯାତ୍ରା କଟକଣା, ସୂଚନା ଦେଲେ ଜିଲ୍ଲାପାଳ

ସମ୍ବଲପୁର : ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଥିବା କଟକଣା ବର୍ଷକ ପରେ ଜିଲା ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଛି ।ସମ୍ବଲପୁର ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍ତି, ବର୍ଷେ ପୂର୍ବରୁ ସହରରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାର୍ମିକ ଶୋଭାଯାତ୍ରା ଉପରେ ଜିଲା ପ୍ରଶାସନ କଟକଣା ଲଗାଇଥିଲା ।

Sambalpur

ଏବେ ପରିସ୍ଥିତି ସ୍ୱାଭାବିକ ହୋଇଥିବାରୁ ପୂର୍ବରୁ ଜାରି ହୋଇଥିବା କଟକଣା ଆଉ ରହିବ ନାହିଁ । ଆଜି ଜିଲ୍ଲା ପରିଷଦ ମିଟିଂ ହଲରେ ଆଗାମୀ ମହରମ ପର୍ବ ପାଳନ ପାଇଁ ଅନୁଷ୍ଠିତ ହୋଇଥିବା ଶାନ୍ତି ଓ ସମନ୍ୱୟ ବୈଠକ ପରେ ଜିଲ୍ଲାପାଳ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସୁଚନା ଯୋଗ୍ୟ, ଗତ ବର୍ଷ ହନୁମାନ ଜୟନ୍ତୀ ପାଳନ ଶୋଭାଯାତ୍ରା ସମୟରେ ସହରରେ ଦଙ୍ଗା, ହିଂସାକାଣ୍ଡ, ପୋଡ଼ାଜଳା ଓ ହତ୍ୟାକାଣ୍ଡ ଭଳି ଘଟଣା ଘଟିବା ପରେ ସହର ଅଶାନ୍ତ ହୋଇ ପଡ଼ିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+