ଲାଗିଲା କଟକଣା, ରଥଯାତ୍ରା ବେଳେ ବଡ଼ ଦାଣ୍ଡରେ କରିପାରିବେନି ଏହି କାମ...
ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ଆସନ୍ତା ୨୦ ତାରିଖ ଠାରୁ ଆରମ୍ଭ ହେବ। ଏହା ପରେ ବାହୁଡ଼ା ଯାତ୍ରା ହେବ। ପରେପରେ ସୁନାବେଶ, ଅଧରପଣା ନୀତି ଓ ନିଳାଦ୍ରୀ ବିଜେ ଅନୁଷ୍ଠିତ ହେବ । ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସଂପନ୍ନ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଉଛି ।

ରଥଯାତ୍ରା ସମୟରେ ଯେପରିକି କୌଣସି ଅଘଟଣ ନଘଟେ, ସେଥିପାଇଁ ପ୍ରସ୍ତୁତି ଚାଲିଛି । ଏହି ଧାରାରେ ପୁରୀରେ ରଥଯାତ୍ରା ବେଳେ ଡ୍ରୋନ ଉଡ଼ାଣ ଉପରେ ଲାଗିଲା କଟକଣା । ଡ୍ରୋନ ଉଡ଼ାଣ କଟକଣା ନେଇ ଟ୍ୱିଟ୍ ସୂଚନା ଦେଲା ପୁରୀ ପୋଲିସ । ଟ୍ୱିଟ୍ରେ କୁହାଯାଇଛି, ଶ୍ରୀଜଗନ୍ନାଥ ମନ୍ଦିର ରେଡ୍ ଜୋନ୍ରେ ଯାଉଛି। ତେଣୁ ଡ୍ରୋନ ଉଡ଼ାଣ ମନା।
ବିନା ଅନୁମତିରେ କେହି ଡ୍ରୋନ ଉଡ଼ାଇ ପାରିବେ ନାହିଁ। ୩ ରଥ ପାଖରେ ଓ ଗୁଣ୍ଡିଚା ମନ୍ଦିର ଉପରେ ମଧ୍ୟ ଉଡ଼ାଣ ମନା । ପୂର୍ବରୁ ନିୟମ ଉଲ୍ଲଙ୍ଘନ କରି ୟୁଟ୍ୟୁବର ଗିରଫ ହୋଇଛନ୍ତି । ରଥଯାତ୍ରା ବେଳେ ଫଟୋ ଓ ଭିଡିଓ ପାଇଁ ଏପରି କରାଯିବାର ନଜିର ଅଛି । ଯଦି କେହି ନିର୍ଦ୍ଦେଶ ଅମାନ୍ୟ କରନ୍ତି ଡ୍ରୋନ ରୁଲ୍ ଅନୁସାରେ ଦଣ୍ଡିତ ହେବେ ବୋଲି ଟ୍ୱିଟ୍ରେ କୁହାଯାଇଛି ।












Click it and Unblock the Notifications