ମା' ସମଲେଶ୍ୱରୀଙ୍କ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ !
ମାଆଙ୍କ ଦର୍ଶନ ପାଇଁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି । ସନ୍ଧ୍ୟା ୫ଟା ପରେ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରି ପାରିବେ ନାହିଁ ଶ୍ରଦ୍ଧାଳୁ ।
ସମ୍ବଲପୁର: ଜିଲ୍ଲାରେ ନାଇଟ କର୍ଫ୍ୟୁ ପରେ ମା' ସମଲେଶ୍ୱରୀଙ୍କ ଦର୍ଶନ ଉପରେ କଟକଣା ଜାରି ହୋଇଛି । ମାଆଙ୍କ ଦର୍ଶନ ପାଇଁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି । ସନ୍ଧ୍ୟା ୫ଟା ପରେ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରି ପାରିବେ ନାହିଁ ଶ୍ରଦ୍ଧାଳୁ ।

ମନ୍ଦିରରେ ପ୍ରବେଶ ଠାରୁ ନେଇ ପ୍ରସ୍ଥାନ ପର୍ଯ୍ୟନ୍ତ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ସମଲେଶ୍ବରୀ ଟ୍ରଷ୍ଟବୋର୍ଡ ସଭାପତି ସୂଚନା ଦେଇଛନ୍ତି ।
ସୂଚନାଥାଉ କି, ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ସହ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି । ସମ୍ବଲପୁରରେ ସନ୍ଧ୍ୟା ୬ଟାରୁ ସକାଳ ୫ଟାଏ ନାଇଟ୍ କର୍ଫ୍ୟୁ ଲାଗିଛି । ରାତ୍ରୀକାଳୀନ କର୍ଫ୍ୟୁ ପରେ ମାଆ ସମଲେଶ୍ୱରୀଙ୍କ ଦର୍ଶନ ଉପରେ କଟକଣା ଜାରି ହୋଇଛି ।












Click it and Unblock the Notifications