ଟ୍ରାଫିକ ଭିଡ଼ ଏଡାଇବା ପାଇଁ କଟକଣା ଲାଗୁ, ଏଥର ପ୍ରମୁଖ ରାସ୍ତାରେ ପାର୍କିଂ ମନା
ଟ୍ରାଫିକ୍ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ, କମିସନରେଟ୍ ପୁଲିସ ରାଜଧାନୀ ଭୁବନେଶ୍ବରର ପ୍ରମୁଖ ରାସ୍ତାରେ ପାର୍କିଂ କଟକଣା ଲାଗୁ କରିଛି। ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ବ୍ୟସ୍ତବହୁଳ ଅଞ୍ଚଳରେ ରାସ୍ତା କଡ଼ରେ ଯାନବାହାନ ପାର୍କିଂ କରିବା ନିଷେଧ କରାଯାଇଛି।
ରାଜଧାନୀର ପ୍ରମୁଖ ରାସ୍ତାରେ ବେଆଇନ ଭାବରେ ରାସ୍ତାରେ ଗାଡ଼ି ଗୁଡ଼ିକ ପାର୍କିଂ କରୁଛନ୍ତି । ଏହାଦ୍ଵାରା ସହରରେ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟିବା ସହ ବିଭିନ୍ନ ଛକରେ ଭିଡ଼ ସୃଷ୍ଟି ହେଉଛି। ତାହା ସହ ରାଜଧାନୀର ପ୍ରମୁଖ ରାସ୍ତାରେ ଗଡ଼ିଉଠିଥିବା ବ୍ୟବସାୟ କେଦ୍ର , ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ଏବଂ ସହର ଭିତରେ ପ୍ରତ୍ୟେଖ ଦିନ ଯାନବାହାନରେ ଯାତୟାତରେ ଅଧକ ମାତ୍ରାରେ ହେଉଥିବାରୁ ରାସ୍ତାରେ ନାହିଁ ନଥିବା ଭିଡ । ଏହାକୁ ଆଖି ଆଗରେ ରଖି କମିଶନରେଟ୍ ପୁଲିସ କଡ଼ା ପଦକ୍ଷେପ ଗ୍ରହଣ କରିଛି ।
ଓଡ଼ିଶା ଅର୍ବାନ ପୁଲିସ ଆଇନ ଅନୁଯାୟୀ ସହରରେ ଥିବା ପ୍ରମୁଖ ରାସ୍ତାରେ ପାର୍କିଂ ଉପରେ କଟକଣା ଜାରି ହୋଇଛି। ସହର ର ଥିବା ପ୍ରମୁଖ ରାସ୍ତାମାନଙ୍କ ନାମ ଜାଣନ୍ତୁ ......

1. ରାଜଭବନ ସ୍କୋୟାରରୁ କଳାରାହାଙ୍ଗା ଛକ ଦେଇ ଜୟଦେବ ବିହାର।
2. ଆଚାର୍ଯ୍ୟ ବିହାର ଦେଇ ବିମାନବନ୍ଦରରୁ ନାଲକୋ ଛକ।
3. ଶିଶୁଭବନ ଛକରୁ ଭାଣିବିହାର ଦେଇ ରାଜମହଲ ସ୍କୋୟାର ଏବଂ ମାଷ୍ଟର କ୍ୟାଣ୍ଟିନ୍ ସ୍କୋୟାର।
4. ରସୁଲଗଡ଼ ଛକରୁ ଜୟଦେବ ବିହାର।
5. ଶ୍ରୀୟା ଛକରୁ ପିଏଚଡି ଅଫିସ।
6. ବାପୁଜୀ ନଗର।
7. IDBI ବ୍ୟାଙ୍କ ସ୍କୋୟାରରୁ ପଶୁଚିକିତ୍ସା କଲେଜ, NH-16 ଦେଇ ଏମ୍ପାୟାର ହୋଟେଲ।
8. ଆଲୋକ ଭାରତୀ କୋଠାରୁ ସହୀଦ ନଗର ଦୁର୍ଗା ପୂଜା ମଣ୍ଡପକୁ ଜନପଥରେ।
9. ସ୍ପର୍ଶ ହସ୍ପିଟାଲ ଦେଇ ଜନପଥ (କଲ୍ୟାଣ ଜୁଏଲର୍ସ) ଠାରୁ ଚରକ ମେଡିକାଲ ଷ୍ଟୋର।
10. ଜନପଥର ତୃପ୍ତି ସର୍ଭିସ ଷ୍ଟେସନରୁ ସହୀଦ ନଗର ପ୍ରବେଶ ସ୍ଥାନ।












Click it and Unblock the Notifications