ସରକାରୀ ଅଫିସ୍‌ରେ ରିଲ୍ସ କରିବା ଉପରେ ଲାଗିଲା କଟକଣା, ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ

ଲୋକସେବା ଭବନରେ ସରକାରୀ ଅଧିକାରୀ ରିଲ୍ସ କରିବା ଘଟଣାରେ ନିର୍ଦ୍ଦେଶାନାମା ଜାରି କରିଛି ଗୃହ ବିଭାଗ। ଲୋକସେବା ଭବନରେ ଏଣିକି ଅଧିକାରୀ ଠିକା କର୍ମଚାରୀ, ପରିଦର୍ଶକ ରିଲ୍ସ କରିପାରିବେ ନାହିଁ। କେବଳ ରିଲ୍ସ ନୁହେଁ ବରଂ ଭିଡ଼ିଓ, କିମ୍ବା ଫୋଟୋ ଭିଡ଼ିଓ ବି ସୋସିଆଲ ମେଡିଆରେ ଶେୟାର କରିପାରିବେନି। ନିୟମ ଉଲଂଘନ କଲେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

violating rules

ଲୋକସେବା ଭବନରେ ମାଳ ମାଳ ରିଲ୍ସକୁ ନେଇ ଉଦବେଗ ପ୍ରକାଶ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଥିଲେ, ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ, ସେଠି ରିଲ୍ସ କରିବାର କୌଣସି ଅବକାଶ ନାହିଁ । ଯଦି ରିଲ୍ସ ହେଉଛି ଲୋକସେବା ଭବନ ସୁରକ୍ଷା କର୍ମୀ ଓ ପୋଲିସ ବିଭାଗ ପଦକ୍ଷେପ ନେବେ ।

ସରକାରୀ କାର୍ଯ୍ୟାଳୟର ବ୍ୟବସ୍ଥା ଆଡ଼କୁ ମଧ୍ୟ ଏହା ପ୍ରଶ୍ନ ଉଠାଇବ। ତେଣୁ ଏହାକୁ ଦୃଷ୍ଟିରେ ରଖି ସବୁ କର୍ମଚାରୀ, ଅଧିକାରୀ, ଠିକା କର୍ମଚାରୀ, ପରିଦର୍ଶକ ଏବଂ ଅନ୍ୟ ବ୍ୟକ୍ତିବିଶେଷମାନେ ସାମାଜିକ ଗଣମାଧ୍ୟମରେ ଏହିସବୁ ସଂସ୍ଥା ଭିତରର କୌଣସି ଭିଡିଓ ବା ରିଲ୍ସ ଏବଂ ଫଟୋ ପ୍ରସ୍ତୁତକରି ଅପ୍‌ଲୋଡ୍‌ କରିବା ଉପରେ କଡ଼ା ନଜର ରହିବ। ଯଦି କେହି ଏହାକୁ ଅନୁପାଳନ ନ କରନ୍ତି ତେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ ଏହା ଉପରେ କଡ଼ା ନଜର ରଖିବା ଲାଗି ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+