ପଣା ସଂକ୍ରାନ୍ତି ପାଇଁ କଟକରେ କଟକଣା, ଜାରି ହେଲା ଗାଇଡଲାଇନ

ପଣା ସଂକ୍ରାନ୍ତି ପାଇଁ କଟକରେ କଟକଣା । ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସେହିଦିନ ହନୁମାନ ମନ୍ଦିର ଥିବା ସ୍ଥାନରେ ଅଧିକ ଫୋର୍ସ ଜଗିବେ । ସହରରେ ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

Pana Sankranti

ସେହିପରି ନିଶା ଦ୍ରବ୍ୟ ସେବନ କରି ରାସ୍ତା ଘଟଣାରେ ଗଣ୍ଡଗୋଳ ନ କରିବାକୁ ଅପିଲ କରିଛନ୍ତି କଟକ ଡିସିପି । ସମସ୍ତ ଥାନାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଶୋଭାଯାତ୍ରା ରୁଟ ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଘରର ବରିଷ୍ଠ ସଦସ୍ୟ ବା ମୁରବିମାନେ ନିଜ ପିଲାମାନଙ୍କୁ ଶୃଙ୍ଖଳିତ ଆଚରଣ କରି ସଂଯମତା ର ସହିତ ପର୍ବ ପାଳନ ପାଇଁ ପରାମର୍ଶ ଦେବାକୁ ଅପିଲ କରିଛନ୍ତି ଡିସିପି । ଏହି ଦିନ କୌଣସି ବିଶୃଙ୍ଖଳା ବରଦାସ୍ତ୍ କରାଯିବ ନାହିଁ ବୋଲି ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+