ହୋଲି ପାଇଁ କଟକରେ କଟକଣା, ଗୋଟାଏ ସୁଦ୍ଧା ଖେଳ ସାରିବାକୁ ନିର୍ଦ୍ଦେଶ
ରଙ୍ଗର ପର୍ବ ହୋଲି ପାଇଁ କଟକ କମିଶନରେଟ ପୋଲିସର ଫ୍ଲାଗ ମାର୍ଚ୍ଚ। ଶାନ୍ତି ଶୃଙ୍ଖଳାର ସହ ହୋଲି ଖେଳିବା ପାଇଁ କମିଶନରେଟ ପୋଲିସ ଫ୍ଲାଗ ମାର୍ଚ୍ଚ କରି ସଚେତନ କରାଇଛି।
ତେବେ ସୁରକ୍ଷା ଦୃଷ୍ଟିରୁ ହୋଲି ପାଇଁ କଟକ ସହରରେ ୨୨ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ନଦୀ କୂଳରେ ଅଗ୍ନିଶମ ଏବଂ ଓଡ୍ରାଫ କର୍ମଚାରୀ ମୃତୟନ ହେବେ। ନଦୀକୁ ନ ଯାଇ ଘରେ ସ୍ନାନ କରିବାକୁ ଅପିଲ କରିଛି କମିସନରେଟ ପୋଲିସ ।

ନିଶା ସେବନ କରି ରାସ୍ତାଘାଟରେ ବିଶୃଙ୍ଖଳା ସୃଷ୍ଟି କଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ପୋଲିସ ।
ମଦ ଦୋକାନ ବନ୍ଦ ରହିବ ବୋଲି ସ୍ପଷ୍ଟ କରିଛି ପୋଲିସ। ସେହିଭଳି ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଲି ଖେଳ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।












Click it and Unblock the Notifications