୧୫ ରୁ କଟକଣା ଲାଗୁ , ଦୁଇ ମାସ ସମୁଦ୍ରକୁ ଯାଇପାରିବେ ନାହିଁ ମତ୍ସ୍ୟଜୀବୀ

ସମଗ୍ର ରାଜ୍ୟର ପୂର୍ବ ଉପକୂଳରେ ଆସନ୍ତା ୧୫ ତାରିଖରୁ ସାମୁଦ୍ରିକ କଟକଣା ଲାଗୁ ହେବ। ଏ ନେଇ ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ ୧୧ ତାରିଖରେ ନୋଟିସ ନଂ. ୪୦୩୮ ଜାରି କରିଛନ୍ତି। ଏଥିରେ ଦର୍ଶାଯାଇଛି, ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ ୬୧ଦିନ ସମୁଦ୍ର ମଧ୍ୟରେ ମାଛଧରା କଟକଣା ଲାଗୁ କରାଯିବ। କାରଣ ଏହି ସମୟରେ ସମୁଦ୍ରରେ ମାଛ ବଂଶ ବୃଦ୍ଧି ଓ ଯାଅଁାଳ ସୁରକ୍ଷା ପାଇଁ ଏହା ପାଳନ ଅନିବାର୍ଯ୍ୟ। ଉକ୍ତ ନିୟମ ରାଜ୍ୟର ସବୁ ମାଛଧରା ବନ୍ଦର ପାଇଁ ଲାଗୁ ହେବ।

fishermen

ଏହିକ୍ରମରେ ରାଜ୍ୟର ବୃହତ୍ତମ ପାରାଦୀପ ମାଛଧରା ବନ୍ଦରରେ ରବିବାରଠାରୁ ବୋଟ୍‌ଗୁଡିକୁ ବର୍ଥରେ ବନ୍ଧା ଯାଇଛି। ପ୍ରାୟ ୯୦ ପ୍ରତିଶତ ବୋଟ୍‌ ବର୍ଥରେ ପହଞ୍ଚଛି। ଅବଶିଷ୍ଟ ବୋଟ୍‌ ସୋମବାର ସା ସୁଦ୍ଧା ଫେରିବ ବୋଲି ଜଣାପଡିଛି। ପହଞ୍ଚତ୍ ଥିବା ବୋଟ୍‌ର ମତ୍ସ୍ୟଜୀବୀ ଏବେ ଘରମୁହଁା ହୋଇଛନ୍ତି। ଏହି କଟକଣା ସମୟରେ ସାମୁଦ୍ରିକ ମାଛ ବଜାରରେ ଉପଲବ୍ଧ ହେବ ନାହିଁ। ମାଛଧରା ବନ୍ଦ ରହିବା ଯୋଗୁ ପ୍ରାୟ ୫୦ ହଜାର ମତ୍ସ୍ୟଜୀବୀ ପରିବାର ଲୋକଙ୍କ ରୋଜଗାର ବାଧାପ୍ରାପ୍ତ ହେବ। ଯଦିଓ ଏହି ସମୟରେ ସରକାର ମତ୍ସ୍ୟଜୀବୀଙ୍କ ପାଇଁ ଚାଉଳ ଓ ଅନ୍ୟ ସହାୟତା ବ୍ୟବସ୍ଥା କରିଛନ୍ତି ସେସବୁ ସେମାନେ ପାଉନାହାନ୍ତି। କାରଣ ପାରାଦୀପ ମତ୍ସ୍ୟଜୀବୀଙ୍କ ମତ୍ସ୍ୟ ବିଭାଗ ପାଖରେ ପଞ୍ଜୀକରଣ ନାହିଁ। କେବଳ ପାରମ୍ପରିକ ମତ୍ସ୍ୟଜୀବୀ ଏହାର ସୁବିଧା ପାଇବେ। ଏହି ସମୟରେ ଆମ ପରିବାର ଲୋକେ ଅସୁବିଧା ଭୋଗୁଥିବା ସାମୁଦ୍ରିକ ମତ୍ସ୍ୟଜୀବୀ ସୁବା ରାଓ କହିଛନ୍ତି। ପ୍ରାୟ ନୋଳିଆ ସମ୍ପ୍ରଦାୟର ମତ୍ସ୍ୟଜୀବୀ ଏହି ୨ମାସ ନିଜ ରାଜ୍ୟ ଆନ୍ଧ୍ରପ୍ରଦେଶ ପଳାଇଥାନ୍ତି ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+