ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଲାଗିଲା କଟକଣା
ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଲାଗୁ ହେଲା କଟକଣା। ଆସନ୍ତାକାଲି ଠାରୁ ବାହାର ଜିଲ୍ଲାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ମନା। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପିତ୍ତି ନିଆଯାଇଛି।
ପୁରୀ: ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଲାଗୁ ହେଲା କଟକଣା। ଆସନ୍ତାକାଲି ଠାରୁ ବାହାର ଜିଲ୍ଲାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ମନା। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପିତ୍ତି ନିଆଯାଇଛି। ବାହାର ଜିଲ୍ଲାର ଲୋକମାନେ ଶବଦାହ ଲାଗି ଆସୁଥିବାରୁ ସଂକ୍ରମଣ ବଢିବାର ଆଶଙ୍କା କରାଯାଉଛି। ସେହିପରି କୋଭିଡ୍ ରୋଗୀଙ୍କ ଶବସଂସ୍କାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ଆଦି କାର୍ଯ୍ୟ ପାଇଁ ରୋକ ଲଗାଯାଇଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।ଅନ୍ୟପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି। ଏହା ଭିତରେ ଆଜି ପୁଣି ୬୧୧୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୫୪୬ ଓ ସ୍ଥାନୀୟ ଅଞ୍ଚଳରୁ ୨୫୭୦ ଜଣ ଚିହ୍ନଟ ହୋଇଛନ୍ତି।












Click it and Unblock the Notifications